
ବଲାଙ୍ଗିର– ରବିବାର ଦିନ ଗାୟତ୍ରୀ ଶକ୍ତି ପୀଠ ବଲାଙ୍ଗିର ଠାରେ ଚାଲିଥିବା ବାସନ୍ତିକ ଚୈତ୍ର ନବରାତ୍ର ଅନୁଷ୍ଠାନର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ପ୍ରତିପଦ ଠାରୁ ସଙ୍କଳ୍ପ କରି ନବ ଦିନ ଧରି ମାଙ୍କ ପୂଜନ ଅନୁଷ୍ଠାନ ନବରାତ୍ରି ଗତକାଲି ଶେଷ ହୋଇଛି। ଗାୟତ୍ରୀ ପରିବାର ପରିଜନ ମାନେ ପୀଠରେ ମା ଗାୟତ୍ରୀଙ୍କ ପାଖରେ ଯଜ୍ଞ ଓ ବିଭିନ୍ନ ସଂସ୍କାର ସେବା ସହିତ କୁମାରୀ ପୂଜନ ଅନୁଷ୍ଠିତ ହୋଇଥିଲା । ଗତକାଲି ପୂର୍ବାହ୍ନ ୧୦ଟାରେ ପୂର୍ଣ୍ଣାହୁତି ଓ ନବ ଦୁର୍ଗା ପୂଜନ ଅନୁଷ୍ଠିତ ହୋଇଥିବା ବେଳେ ୧୨ଟା ୩୦ ରେ ପ୍ରସାଦ ସେବନ ହୋଇଥଲା। ଠିକାଦାର ପଡ଼ା ସ୍ଥିତ ଚେତନା କେନ୍ଦ୍ରରେ ନବ ଦିନ ଧରି ପ୍ରତ୍ଯହ ନବ ଦୁର୍ଗା ପୁଜନ ଓ ହୋମ ଅନୁଷ୍ଠିତ ହେଉଥିଲା। ଗତକାଲି ସକାଳେ ପୂର୍ଣ୍ଣାହୂତି ଓ କୁମାରୀ ପୂଜନ କରଯାଇଥିଲା।