
ଭଦ୍ରକ– ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ସୟା ପଞ୍ଚାୟତର ଧୂଳିପଦା ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମା’ ବାସନ୍ତୀ ଦୁର୍ଗା ପୂଜା ମହା ଆଡ଼ମ୍ବରରେ ପାଳିତ ହେଉଛି। ସପ୍ତମୀ ପୂଜା ଠାରୁ ଦଶହରା ପର୍ଯ୍ୟନ୍ତ ମା’ଙ୍କର ପୂଜାର୍ଚ୍ଚନା ଯଥାରୀତି ଅନୁସାରେ କରାଯାଇଛି। ପ୍ରକାଶ ଯେ, ସୟା ଧୂଳିପଦା ଠାରେ ୧୯୮୮ ମସିହାରେ ମା’ଙ୍କର ପୂଜା ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ପାଳିତ ହେଉଛି। ଚଳିତ ବର୍ଷ କର୍ତ୍ତା ଭାବରେ ବାବୁରାମ ରାଉତ, ପତ୍ନୀ ନିରୁପମା ରାଉତ ଓ ମୁକ୍ତିକାନ୍ତ ନାୟକ ପତ୍ନୀ କୁନ୍ତଳା ନାୟକ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମୁଖ୍ୟ ପୂଜକ ଦେବେନ୍ଦ୍ର ପାଢ଼ୀ, ପୂଜକ ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ, କୃପାସିନ୍ଧୁ ପାଢ଼ୀ ବିଭିନ୍ନ ରୀତିନୀତି ଅନୁସାର ମା’ଙ୍କର ପୂଜା କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ସଭାପତି ଧୀରେନ୍ଦ୍ର ସେଠୀ, ସଦସ୍ୟ ସୁରେନ୍ଦ୍ର ପ୍ରସାଦ ନାୟକ, ଦାମୋଦର ମଲ୍ଲିକ, କମଳାକାନ୍ତ ମଲ୍ଲିକ, ବିଜୟ କୁମାର ପଣ୍ଡା, ରବିନ୍ଦ୍ର ପଲେଇ, ପୂର୍ଣ୍ଣଚନ୍ଦ୍ର ନାୟକ, ଶରତ ନାୟକ, ଜୀବନ କୁମାର ନାୟକ, ନିରଂଜନ ନାୟକ, ରବିନ୍ଦ୍ର ପଲେଇ, ବିଜୟ ନାୟକ, ଦିଲୀପ ପଲେଇ, ଧରଣୀଧର ବେହେରା, ରୋଜାଲିନ ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପୂଜା ଉତ୍ସବରେ ସ୍ଥାନୀୟ ନଟିଆପାଳ, ମୂଲଣାସାହି, ଧୂଳିପଦା, ଜାଗୁଳାଇସାହି, ପଲାଇ ସାହି ଓ ପାଢ଼ୀସାହି ଗ୍ରାମର ଗ୍ରାମବାସୀମାନେ ସହଯୋଗ କରିଥିଲେ। ଏଥିପାଇଁ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ସହ ରଂଗ ବେରଂଗର ଲାଇଟ୍ରେ ସାସଜା କରାଯାଇଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହାକୁ ଦେଖିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ି ଲାଗୁଛି।