
ଅହମଦାବାଦ– ଗୁଜରାଟର ଅହମଦାବାଦରେ ଏପ୍ରିଲ 8 ଓ 9ରେ ହେବାକୁ ଥିବା କଂଗ୍ରେସର ଜାତୀୟ ଅଧିବେଶନକୁ ନେଇ ଜାତୀୟ ନେତାମାନଙ୍କର ଅହମଦାବାଦରେ ପହଂଚିବା ଆରମ୍ଭ ହେଲାଣି । କଂଗ୍ରେସର ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଶଶି ଥରୁର, କେସି ବେଣୁଗୋପାଳ ଓ ଅଶୋକ ଗେହଲତଙ୍କ ସମେତ ଅଧିକାଂଶ କଂଗ୍ରେସ ୱାର୍କିଂ କମିଟି ସଦସ୍ୟ ଅହମଦାବାଦରେ ପହଂଚିବେ । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଏପ୍ରିଲ 8 ତାରିଖ ସକାଳେ ଅହମଦାବାଦରେ ପହଂଚିବେ ।
ଅହମଦାବାଦରେ ଦୁଇଦିନ ଯାଏ ହେବାକୁ ଥିବା କଂଗ୍ରେସର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି ଶେଷ ହୋଇଛି । ଅଧିବେଶନରେ ପ୍ରାୟ 1800 ପ୍ରତିନିଧିଙ୍କ ରହିବା, ଖାଇବା ଓ ପରିବହନ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଇଛି ।