
ନୂଆଦିଲ୍ଲୀ– କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା 2ଟଙ୍କା ବୃଦ୍ଧି କରିଛନ୍ତି । ବିଶ୍ୱରେ ତୈଳ ଦରଖସିବା କାରଣରୁ ଏପରି କରାଯାଇଛି । ଏହାଦ୍ୱାରା ଉପଭୋକ୍ତାଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଦାମ୍ ବଢିବ ନାହିଁ ।
ରାଜସ୍ୱ ବିଭାଗ ପକ୍ଷରୁ ସୋମବାର ଜାରି ଅଧିସୂଚନା ମୁତାବକ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କରେ 2-2 ଟଙ୍କା ପ୍ରତି ଲିଟର ବୃଦ୍ଧି କରିଛନ୍ତି । ଏହାପରେ ପେଟ୍ରୋଲିୟମ ମନ୍ତ୍ରାଳୟ ସ୍ପଷ୍ଟିକରଣ ଜାରି କରି କହିଛି ଯେ, ସାର୍ବଜନୀନ କ୍ଷେତ୍ରରେ ତୈଳ ବିପଣନ କଂପାନୀକୁ କୁହାଯାଇଛି ଯେ, ଆଜି ଉତ୍ପାଦ ଶୁଳ୍କ ମୂଲ୍ୟରେ ପ୍ରଭାବିତ ବୃଦ୍ଧି ପରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ବୃଦ୍ଧି ହେବନାହିଁ ।