
ଭବାନୀପାଟଣା– ରବିବାର କେସିଙ୍ଗା ବ୍ଲକ ପାଷ୍ଟିକୁଡି ବସ୍ତିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ମାଝୀଙ୍କ ସଭାପତିତ୍ୱରେ ୫୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି କେସିଙ୍ଗା ବ୍ଲକ ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସମ୍ପତ୍ତି ଛୁରା, ସରପଞ୍ଚ ସଜନା ବାଗ,ସୀତା ଚୌଧାରୀ ସମିତି ସଭ୍ୟା, ସିଆରସିସି ସମୀର କୁମାର ପାଣିଗ୍ରାହୀ,ରଜନୀକାନ୍ତ ସା, କେଶବ ମେହେର, ଖଟାଙ୍ଗ ନାଏକ, ଖରତ ନାଏକ, ଧନୁ ବିଶି, ଲୋକନାଥ ନାଏକ ଏବଂ ମୁଖ୍ୟ ବକ୍ତା ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ରଥ, ପ୍ରମୁଖ ମଞ୍ଚାସିନ ଥିଲେ | ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏବଂ କୃତିତ୍ୱ ଛାତ୍ରଛାତ୍ରୀ ପୁରସ୍କାର ବିତରଣ କରାଯାଇଥିଲା |
ଶିକ୍ଷକ ହେମନ୍ତ କୁମାର ମାଝୀ ମିଳି ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରେମାନନ୍ଦ ହରପାଳ ଏବଂ ଶିକ୍ଷୟିତ୍ରୀ ଅଞ୍ଜଳି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ |