
ଭୁବନେଶ୍ୱର– କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସର୍କଲ ଅଧୀନରେ ୱାର୍କସ ବିଭାଗ ଅଧିନରେ ଚାଲିଥିବା ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି । ଆଗକୁ ଟୁରିଜିମର ହବ୍ ପାଲଟିବାକୁ ଥିବା ସମ୍ବଲପୁର ଓ ଜିଲ୍ଲାକୁ ସଂଯୋଗ କରୁଥିବା ଗମନାଗମନ ରାସ୍ତା ଘାଟର ଉନ୍ନତି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ହାଇଲେବୁଲ ରିଭିୟୁ ମିଟିଂ। ସମ୍ବଲପୁର ର୍ସକଲ ଅଧୀନରେ ୱାର୍କସ ବିଭାଗ ଅଧିନରେ ଚାଲିଥିବା ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରାଯିବା ସହ ଆଗକୁ ହେବାକୁ ଥିବା ବିଭିନ୍ନ ଉନ୍ନତି ମୂଳକ ପ୍ରୋଜେକ୍ଟର ରିଭ୍ୟୁ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ବିଶେଷ କରି ସମ୍ବଲପୁରର ୪ ଦ୍ବାରରେ ଐତିହ୍ୟ , କଳା ସଂସ୍କୃତି ସହ ଜଡ଼ିତ ଥିବା ୪ ଟି ଆକର୍ଷଣୀୟ ଗେଟ ଓ ମା ସମଲେଶ୍ଵରୀ ମନ୍ଦିର ପ୍ରୋଜେକ୍ଟର ପାର୍ଟ -୨ ସାଙ୍ଗକୁ ୮ ଟି ମେଜର ପ୍ରୋଜେକ୍ଟକୁ ନେଇ ରିଭିୟୁ ମିଟିଂରେ ଆଲୋଚନା କରାଯାଇଛି। ବିଶେଷ କରି ବୁର୍ଲା ରିଙ୍ଗ ରୋଡ, ମହାନଦୀ ଠୁ ହୀରାକୁଦ ଯାଏ ଓଭର ବ୍ରିଜ, ସମ୍ବଲପୁର ରେମେଡ ସ୍କୋୟାରରୁ ହୀରାକୁଦ ରାସ୍ତା, ବୁର୍ଲା ଭିଶୁଟର ବାଇପାସ ରାସ୍ତା , ମା ଘଣ୍ଟେଶ୍ୱରି ମନ୍ଦିରର ରାସ୍ତା, ନେଲସନ୍ ମଣ୍ଡେଲାରୁ ମାନେଶ୍ୱର ରାସ୍ତା, ମୁଣ୍ଡୋଘାଟରୁ ଚୌର୍ଣ୍ଣପୁର ରାସ୍ତା, ଧନୁପାଲିରୁ ନକ୍ସାପଲି ଯାଏଁ ରାସ୍ତାର ପରିକଳ୍ପନା କରାଯାଇଛି। ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ,ଆରଡିସି, କମିସନର, ଡିଏଫଓ ଓ ସମସ୍ତ ବିଭାଗର ଅଧିକାରୀଙ୍କ ସହ ରାଜ୍ୟ ଆଇନ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆରଡି ଓ ପଂଚାୟତରାଜ ମନ୍ତ୍ରୀ ରବି ନାୟକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ।