
ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅଧିନସ୍ଥ ୧୦ନଂ ୱାର୍ଡ ଉରଲେ ହରିଜନ ପଡ଼ାରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଘର ଭସ୍ମୀଭୂତ ହେବା ସହିତ ନିଆଁ ଦାଉରୁ ୬ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମୁକ୍ତା ସୁନା ଘରେ ରୋଷେଇ କରୁଥିବା ବେଳେ କୌଣସି କାରଣରୁ ତାଙ୍କ ଚାଲ ଘରେ ନିଆଁ ଲାଗି ଯାଇଥିଲା। ଖବର ପାଇ ବିନିକା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁରେ ଗୋଟିଏ ଘର ସଂପୂର୍ଣ୍ଣ ପୋଡି ଯାଇଥିବା ବେଳେ ଘରେ ଥିବା ଚାଉଳ, କାଗଜପତ୍ର, ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ ଘରେ ଥିବା ପରିବାରର ୬ ଜଣ ନିଆଁ ଦାଉରୁ ବର୍ତ୍ତି ଯାଇଛନ୍ତି। ଫଳରେ ସମୂର୍ଣ୍ଣ ପରିବାର ଏବେ ବେସାହାରା ହୋଇ ଅନ୍ୟତ୍ର ବସବାସ କରୁଥିବାରୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବୀ ହେଉଛି ।