
ଭୁବନେଶ୍ୱର– ବିଜେଡ଼ି ସାଂସଦ ମାନେ କାହିଁକି ୱାକଫ ବିଲକୁ ସମର୍ଥନ କଲେ ପ୍ରଶ୍ନରେ ବଳଭଦ୍ର ମାଝୀ କହିଛନ୍ତି ଯେ, ବିଜେଡି ଦଳ ଭିତରେ କୌଣସି ସ୍ପଷ୍ଟତା ନାହିଁ । ଅଦୃଶ୍ୟ ଶକ୍ତି ଏବେ ବି କାମ କରୁଛି । ବିଜେଡି କେତେବେଳେ ସଫା ହୋଇଯିବ ସେମାନେ ନିଜେ ବି ଜାଣିପାରିବ ନାହିଁ ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି । ୱାର୍ଡ ମେମ୍ବର ହୋଇନଥିବା ଜଣେ ବ୍ୟକ୍ତି କ୍ଷମତାର କେନ୍ଦ୍ର କିପରି ହୋଇଗଲେ । ରାଜନୈତିକ ଅଭିଜ୍ଞତା ନଥିବା ଲୋକ ଦଳକୁ ଚଳାଇଲେ ସେ ଦଳ କେମିତି ରହିବ । ନବୀନ ପଟ୍ଟନାୟକ କେବେ ବି ଦଳକୁ ସମ୍ଭାଳିବା ପରିସ୍ଥିତିରେ ନଥିଲେ କି ଏବେ ନାହାନ୍ତି । ବିଜେଡି ଦଳ ଭିତରେ କୌଣସି ସ୍ପଷ୍ଟତା ନାହିଁ । ଖୁବଶୀଘ୍ର ସଫା ହୋଇଯିବ ବିଜେଡି । ଆଗରୁ କହିଥିଲି ୨୦୨୪ରେ ଏଭଳି ଅଦୃଶ୍ୟ ଶକ୍ତି କାମ କରିବ, ବିଜେଡି ନିଜେ ହାରିଯିବ ଜାଣିପାରିବନି ।
୬ ମାସ ଭିତରେ ବିଜେଡି ସଫା ହେଇଯିବ କଥା କିନ୍ତୁ ୯ ମାସ ହେଲାଣି । ଖୁବଶୀଘ୍ର ସଫା ହୋଇଯିବ ବିଜେଡି । 2014ରୁ 2019 ବିଜେଡି ସାଂସଦ ଥିଲି । ସେତେବେଳେ ବି ଦଳରେ ନୀତି ଆଦର୍ଶ ବିଚାର ଆଲୋଚନା କିଛି ନଥିଲା । ବିଜେଡିରେ ସ୍ପଷ୍ଟତା ନାହିଁ, ନୀତି ଆଦର୍ଶ ନାହିଁ । 1997ରେ ବିଜେପି ସହାୟତାରେ ବିଜେଡି ଶାସନକୁ ଆସିଥିଲା । କିନ୍ତୁ 2009ରେ ବିଜେଡି ବିଜେପି ପିଠିରେ ଛୁରୀ ଭୁଷିଲା । କୌଣସି ମତେ ଓଡ଼ିଶାରେ ବିଜେଡି ରହିବା ପାଇଁ ଆଉ ସ୍ଥାନ ନାହିଁ ବୋଲି ବିଜେପି ସାଂସଦ କହିଛନ୍ତି ।