
ଭୁବନେଶ୍ୱର– ବିଜେପି ବିଧାୟକ ଓ ସାଂସଦଙ୍କୁ ଜେପି ନଡ୍ଡା ଦେବେ ଗୁରୁମନ୍ତ୍ର । ଜୀବନରେ ସମସ୍ତେ ଶିକ୍ଷା କରିବାର ଅଛି । ତେଣୁ ସେ ଆସିବେ । ପୁରୀରେ ଆୟୋଜିତ ତିନି ଦିନିଆ କର୍ମଶାଳରେ ବିଧାୟକ, ସାଂସଦ ଠାରୁ ଆରମ୍ଭ କରି ଦଳୀୟ କର୍ମୀଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବେ ଗୁରୁମନ୍ତ୍ର । ଗ୍ରାଉଣ୍ଡରେ ଲୋକଙ୍କ ସହିତ କିପରି ଆଚରଣ ଉଚ୍ଚାରଣ, ନୀତି ନୈତିକତା ନେଇ କାମ କରିବେ । ତା ଉପରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେବେ ନଡ୍ଡା । ଏହି କର୍ମଶାଳା ଆସନ୍ତା 11 ରୁ 13 ତିନି ଦିନ ଧରି ଚାଲିବ ବୋଲି ରାଜ୍ୟ ବିଜେପି ଉପସଭାପତି ବିରଂଚି ତ୍ରିପାଠୀ କହିଛନ୍ତି ।