
କେନ୍ଦୁଝର- କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଆଂଚଳିକ ରାଜମିସ୍ତ୍ରୀ ସଂଘ ପକ୍ଷରୁ କୁସୁନପୁର ଗ୍ରାମ ଠାରେ ଅଙ୍ଗନବାଡି କେନ୍ଦ୍ର ରେ ଉନ୍ନତି କରଣ କାର୍ଯ୍ୟ ଆରମ୍ଭ ହୋଇଛି । ରାଜମିସ୍ତ୍ରୀ ସଂଘ ସଭାପତି ମହେନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ରାଜମିସ୍ତ୍ରୀ ଏହି କାର୍ଯ୍ୟରେ ଯୋଗଦେଇ ଅଙ୍ଗନବାଡି କେନ୍ଦ୍ର ପରିସରକୁ ସଫେଇ କରିବା ସହ ମାଟି ଓ ମୋରମ ପକାଇ ରାସ୍ତା ତିଆରି କରିଥିଲେ । ଅଙ୍ଗନବାଡିର ସୁରକ୍ଷା ବାଡ ମଧ୍ୟ ନିର୍ମାଣ କରିଥିଲେ । ଏହି କାର୍ଯ୍ୟକୁ ସମ୍ପାଦକ ଦୈତାରୀ ମହାରଣା ସମ୍ପାଦନ କରିଥିବା ବେଳେ ଉପସଭାପତି ଧରଣୀଧର ପାତ୍ର, ସହ ସମ୍ପାଦକ କୁଶଧର ନାଏକଙ୍କ ସମେତ ସଦସ୍ୟ ରଞନ ପାତ୍ର, ରବି ମାଝୀ, କଳ୍ପତରୁ ବେହେରା, ଟୁଲୁ ମୁଣ୍ଡା , ରବିନ୍ଦ୍ର ଦଳେଇ, ଲକ୍ଷ୍ମୀଧର ପାତ୍ର, ବାବୁଲା ନାଏକ, ରଘୁମାଝୀ, ତ୍ରୀଲୋଚନ ନାଏକ, ସୁକଦେବ ମୁଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରାଜମିସ୍ତ୍ରୀ ସଂଘର ଏଭଳି କାର୍ଯ୍ୟକୁ କୁସୁନପୁର ଗ୍ରାମବାସୀଙ୍କ ସହ ସମଗ୍ର ଅଞ୍ଝଳରେ ଭୁରି ଭୁରି ପ୍ରଂଶସା କରାଯାଇଛି । ତେବେ ସୂଚନା ଯୋଗ୍ୟ ଯେ ଘଟଗାଁ ଅଂଚଳର ଏହି ରାଜମିସ୍ତ୍ରୀ ସଂଘ ପ୍ରତେକ ମାସରେ ବିଭିନ୍ନ ଅଂଚଳରେ କିଛି ନା କିଛି ଉନ୍ନତି ମୂଳକ କାର୍ଯ୍ୟ କରୁଥିବା ବେଳେ ଆଗକୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଘ ସଭାପତି ମହେନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି ।