କଣାସ- ସାମୁଦ୍ରିକ ଝଡ଼ ଫନି ୨୦୧୯ ମସିହା ମଇ ମାସ ୩ ତାରିଖ ଦିନ ପୁରୀ ଜଲ୍ଲାରେ ପ୍ରଳୟ ରଚିଥିଲା । ଏହାଦ୍ୱାରା ପୁରୀ ଜିଲ୍ଲା କଣାସ ବ୍ଲକରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବାରୁ ତୁରନ୍ତ ତଦନ୍ତ କରି ଘରଭଙ୍ଗା ସହାୟତା ଯୋଗାଇଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପାଇବାପରେ କଣାସ ତହସିଲଦାର ତହସିଲ୍ ଅଫିସର ସମସ୍ତ କର୍ମଚାରୀଙ୍କୁ ପଠାଇ ତଦନ୍ତ କରି ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲେ । ହେଲେ ପରବର୍ତୀ ସମୟରେ ଏହି ତଦନ୍ତରେ ବ୍ୟାପକ ଦୁର୍ନତୀ ହୋଇଥିବା ନେଇ ଜିଲ୍ଲାପାଳ, ବି.ଡି.ଓ, ତହସିଲଦାରଙ୍କ ନିକଟରେ ବହୁ ଅଭିଯୋଗ ହେବାରୁ ପୁନଶ୍ଚ ତଦନ୍ତ କରାଯାଇ ଘରଭଙ୍ଗା ଅର୍ଥ ବ୍ୟାଙ୍କ ପାସବୁକକୁ ଅନେକଙ୍କର ପଠାଇ ଦିଆଯାଇଥିଲା । ସେଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡିବାରୁ ତହସିଲଦାର ଉକ୍ତ ଆକାଉଂଟକୁ ଅଚଳ କରିଦେଥିଲେ । ଦିର୍ଘ ୪ମାସ ହେଲା ବ୍ୟାଙ୍କ ପାସ୍ ଗୁଡିକ ଅଚଳ ହୋଇ ପଡିରହିଥିବାରୁ ବ୍ୟାଙ୍କ ଉପଭୋକ୍ତାମାନେ ଦୃର୍ଦଶା ଭୋଗ କରୁଛନ୍ତି ।
ଏ ସମ୍ପର୍କରେ ତହସିଲଦାର ଉମାକାନ୍ତ ରାଉତଙ୍କୁ ପଚାରିବାରୁ ସେ କୁହନ୍ତି ଅନେକ ଦୁର୍ନୀତି ହୋଇଥିବା ପ୍ରମାଣ ମିଳିଛି ଯେଉଁମାନେ ସରକାରୀ ଅର୍ଥ ଲୁଟି ନେଇଛନ୍ତି ସେମାନଙ୍କଠାରୁ ଅର୍ଥ ଆଦାୟ କରାଯିବ । ଯେଉଁମାନଙ୍କର ପ୍ରକୃତ ଘର ଭାଙ୍ଗିଛି ସେମାନଙ୍କ ଆକାଉଂଟକୁ ନିକଟରେ ଘରଭଙ୍ଗା ଅର୍ଥ ପଠାଇଦିଆଯିବ । ଘରଭଙ୍ଗା ଅର୍ଥ ମିଳିନଥିବାରୁ ଅନେକ ହିତାଧିକାରୀ ନପାଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାରୁ ଜିଲ୍ଲାପାଳ ଗତ ସୋମବାର ଦିନ ସଂନ୍ଧ୍ୟା ସମୟରେ ଅଚାନକଭାବେ ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଂଚି ଘରଭଙ୍ଗା ସମ୍ପର୍କରେ ଆଲୋଚନା କରିବା ପରେ ବ୍ଲକ କାର୍ଯ୍ୟାଳୟକୁ ଯାଇ କାହିଁକି ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର କାର୍ଯ୍ୟ ପଛେଇଛି ବି.ଡି.ଓଙ୍କ ସହିତ ଆଲୋଚନା କରି ଫେରିଯାଇଥିବା ଜଣାପଡିଛି ।