କଣାସ- ପୁରୀ ଜିଲ୍ଲା କଣାସ ବ୍ଲକ ଅର୍ନ୍ତଗତ ଗୋପିନାଥପୁର ଗ୍ରାମପଂଚାୟତର ବଡଗୋଠ ତ୍ରିବେଣୀ ଘାଟରେ ଆଜି ୩ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ମାଘ ସପ୍ତମୀ ଅବସରରେ ବୁଡ଼ ପକାଇଥିବା ଜଣାପଡିଛି । ଚନ୍ଦ୍ରଭାଗା ଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଆଜି ବୁଡ଼ ପକାଉଥିବା ବେଳେ ବଡଗୋଠ ତ୍ରିବେଣୀ ଘାଟ ତଥା ଦୟା, ଭାର୍ଗବୀ, ଲୁଣା ନଦୀର ସଙ୍ଗମସ୍ଥଳରେ ଆଜି ୩ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ । ଏଠାରେ ଅନୁଷ୍ଠିତ ହେଉଥିବା ଅଷ୍ଟପ୍ରହରୀରେ ଯୋଗଦେଇ ନିକଟରେ ଥିବା ଅନନ୍ତନାରାୟଣଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହିତ ନଦୀ କୂଳରେ ସୂର୍ଯ୍ୟ ଦେବତା ଉଦୟ ସମୟ ଦର୍ଶନ କରିଥିଲେ । ଆଖପାଖ ଗ୍ରାମ ଓ ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ସୂର୍ଯ୍ୟ ଦେବଙ୍କୁ ଦର୍ଶନ ସାରିବାପାରେ ନିଜ ନିଜର ଗ୍ରନ୍ତବ୍ୟ ସ୍ଥଳକୁ ଫେରିଯାଇଥିଲେ ।
Related Stories
January 16, 2025