କେନ୍ଦୁଝର – ଚିଟ୍ପଣ୍ଡର ଠକେଇ ପରେ ଏବେ ପୁଣି ଚାକିରୀ ଦେବା ନାମରେ ଠକେଇ । କିଛିମାସ ପୂର୍ବରୁ ଜମେ ମହିଳା କଲେଜ ରୋଡରେ ଏକ କାର୍ଯ୍ୟାଳୟ ଖୋଳି ଡ୍ରାଇଭିଂ ଶିକ୍ଷା ଦେବା ସହ ଉଚ୍ଚ ଶିକ୍ଷା ହାସଲ କରିଥିବାର ସାର୍ଟିଫିକେଟ ଦେବାକୁ କହି ଛାତ୍ର ଛାତ୍ରୀ ଙ୍କ ଠାରୁ ବିପୁଳ ଅର୍ଥ ଲୁଟିନେବା ଘଟଣାରେ ଜେଲ ଯିବାର ନଜର ରହିଛି । ଏବେ ପୁଣି କେନ୍ଦୁଝର ଜିଲ୍ଲା ରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦେବା ନାଁ ରେ ଶତାଧିକ ମହିଳା ଙ୍କ ଠାରୁ ୭୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ହଡପ କରାଯାଇତିବା ସଂପର୍କରେ ଟାଉନ ଥାନା ରେ ଅଭିଯୋଗ ଦାଖଲ ହେବା ପରେ ,ମାମଲା ରୁଜ ରୁଜୁ ହୋଇଛି । ଠକେଇର ଶୀକାର ହୋଇଥିବା ମହିଳା ମାନେ ଚଳିତ ମାସ ୧୦ ତାରିଖରୁ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଥାନା ବାବୁ ହାତବାନ୍ଧି ବସିଥିଲେ । ଏହି ଘଟଣାରେ ଆଜି ରବିବାର ଦିନ ଶତାଧିକ ମହିଳା ପ୍ରତିବାଦ ସ୍ୱରୂପ ଟାଉନ ଥାନା ଘେରାଓ କରିଥିଲେ । ଅଭିଯୋଗ ଅନୁସାରେ କେନ୍ଦୁଝର ସହର ରେ ଓଡିଶା ଏଜୁକେସନ ଏଣ୍ଡ ଟ୍ରନିଂ ନାଁରେ ଏକ ସଂସ୍ଥା ଖୋଲଥିଲା । ସେଠାରେ ବେକାର ଯୁବକ ଯୁବତୀ ମାନଙ୍କ ଠାରୁ ଟ୍ରେନିଂ ଓ ଚାକିରି ଦେବା ପାଇଁ ଚାଳିଶ ହଜାର ଟଙ୍କା ଲେଖାଁଏ ନିଆଯାଇଥିଲା । ବର୍ତମାନ ଚାକିରର ଅଭାବ ପରିସ୍ଥିତିରେ ବେକାର ଯୁବକ ଯୁବତୀମାନେ ଚିକିରୀ ଖଣ୍ଡିଏ ଆଶାରେ ଧାର କରଜ ତଥା ବିକ୍ରି ବଟା କରି ଟଙ୍କା ସଂଗ୍ରହ କରି ସଂସ୍ଥାରେ ଡିପୋଜିଟ୍ କରିଥିଲେ । କିନ୍ତୁ ପରେ ମାତ୍ର କିଛି ଦିନ ପାଇଁ ଟ୍ରନିଂ ଦିଆଯ ସେମାନଙ୍କୁ ଛାଡିଦିଆଯାଇଥିଲା ବୋଲି ପୁଷ୍ପ ମଞରୀ ସାହୁ , ପୁଷ୍ପାଞ୍ଜଳୀ ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି ।ା ଅନେକ ଦିନ ଧରି ଚାକିରୀ ଦିଆଗଲା ନାହିଁ କିମ୍ବା ଟଙ୍କା ମଧ୍ୟ ଫେରସ୍ତୃ କରାଗଲା ନାହିଁ । ଠକେଇର ଶୀକାର ସମସ୍ତ ମହିଳା ମାନେ ଚଳିତ ମାସ ୧୦ ତାରିଖ ରେ ଟାଉନ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ସେମାନଙ୍କୁ କୋ÷÷ଣସି ସୁଫଳ ମିଳିଲା ନାହିଁ । ଫଳରେ ଶେଷରେ ଆଜି ରବିବାର ଦିନ ଠକେଇର ଶୀକାର ହୋଇଇଥବା ଶତାଧିକ ମହିଳା ଆସି ଟାଉନ ଥାନା ଘେରାଓ କରିବା ପରେ ପୋଲିସ ତାର ଦାୟିତ୍ୱ ପ୍ରତି ସକ୍ରିୟ ହୋଇଥିଲା । ଆଉ ଘଟଣାକୁ ଚପାଇବା ପୋଲିସ ପକ୍ଷରେ ସମ୍ଭବ ହୋଇ ନଥିଲା । ଫଳରେ ସଂସ୍ଥା ର ୩ ଜଣ କର୍ମଚାରୀଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ପଚରା ଉଚୁରା କରାଯାଉଥିବା ପୋଲିସ ପ୍ରକାଶ କରିଛି ।
Related Stories
November 24, 2024
November 24, 2024