
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶକ୍ତି କ୍ଷେତ୍ରରେ ସ୍ଥାୟିତ୍ୱ ଓ ଆତ୍ମନିର୍ଭରତା ଦିଗରେ ଭାରତର ଯାତ୍ରାରେ ପରମାଣୁ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନେଇ କେନ୍ଦ୍ରମନ୍ତ୍ରୀ ଡ.ଜିତେନ୍ଦ୍ର ସିଂହଙ୍କ ବ୍ୟବହାରିକ ଟିପ୍ପଣୀର ପ୍ରଶଂସା କରିଛନ୍ତି । ସେ ଡ.ସିଂହଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ପୋଷ୍ଟର ଜବାବ ଦେଇ ଜିତେନ୍ଦ୍ର ସିଂହ ବିସ୍ତାର ଭାବେ କହିଛନ୍ତି ଯେ, କିଭଳି ପରମାଣୁ ଶକ୍ତି ଭାରତର ସତତ ଓ ଆତ୍ମନିର୍ଭରତା ଉର୍ଜା ଭବିଷ୍ୟର ଗବେଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଉଭା ହୋଇଛି ।
କେନ୍ଦ୍ରମନ୍ତ୍ରୀ ଡ.ଜିତେନ୍ଦ୍ର ସିଂହ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଚଳିତ ବର୍ଷ କେନ୍ଦ୍ରୀୟ ବଜେଟର ବିଶେଷ କଥା ଏହା ଯେ, ସରକାର ପରମାଣୁ ଶକ୍ତି କ୍ଷେତ୍ରକୁ ଘରୋଇ କଂପାନୀ ପାଇଁ ଖୋଲିବାର ନିଷ୍ପତି ନେଇଛନ୍ତି । ଏହା କେବଳ ଏଥିପାଇଁ ସମ୍ଭବ ହୋଇପାରିଛି ଯେ, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲିକ୍ରୁ ହଟି ନିଷ୍ପତି ନେଇଥାନ୍ତି । ଆଜି ଭାରତର ପରମାଣୁ ପରିଦୃଶ୍ୟ ବଦଳିଯାଇଛି । 2013-14 ମାର୍ଚ୍ଚ 4780 ମେଗାୱାଟରୁ ପରମାଣୁ କ୍ଷମତା 70 ପ୍ରତିଶତରୁ ଅଧିବ ବୃଦ୍ଧି ପାଇ 8180 ମେଗାୱାଟ ଯାଏ ପହଂଚିଛି, ଯାହା 24 କାର୍ଯ୍ୟକ୍ଷମ ରିକ୍ଟରରେ ପରିବ୍ୟାପ୍ତ ।