
ଚଣ୍ଡିଗଡ– ପଂଜାବରେ ଚାଷୀମାନେ ଏବେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ଆରମ୍ଭ କରିଛନ୍ତି । ସୋମବାର କିଷାନ ମଜଦୁର ମୋର୍ଚ୍ଚା ଓ ମିଳିତ କିଷାନ ମୋର୍ଚ୍ଚାର ନେତୃତ୍ୱରେ ଚାଷୀମାନେ ପଂଜାବର ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକଙ୍କ ବାସଭବନ ଘେରିବାକୁ ଉଦ୍ୟମ କରିଛନ୍ତି । ଫଳରେ କିଛି ସ୍ଥାନରେ ପୋଲିସ ଓ ଚାଷୀ ମୁହାଁମୁହିଁ ହୋଇଛନ୍ତି ।
ଗତ ମାର୍ଚ୍ଚ 19, 2025ରେ କେନ୍ଦ୍ର ସରକାରଙ୍କ ସହିତ ସପ୍ତମ ପର୍ଯ୍ୟାୟ ଆଲୋଚନା ପରେ ପଂଜାବ ପୋଲିସ ଚାଷୀ ନେତା ଜଗଜିତ ସିଂହ ଡଲ୍ଲେୱାଲ, ସରବଣ ସିଂହ ପଂଧେରଙ୍କ ସମେତ ଅନ୍ୟ ଚାଷୀ ନେତାଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଗିରଫ କରିଛି । ଏହା ବ୍ୟତୀତ ଦୁଇଟି ବର୍ଡରକୁ ଖାଲି କରାଯାଇଛି । ମାର୍ଚ୍ଚ 20 ଓ 21ରୁ ଉଭୟ ବର୍ଡରରେ ଗାଡି ଚଳାଚଳ ଆରମ୍ଭ ହୋଇଛି ।