-
କବି ରବି ସିଂଙ୍କ ବିୟୋଗରେ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଶୋକ
ଭୁବନେଶ୍ୱର – ବିପ୍ଲବୀ କବି ରବି ସିଂଙ୍କ ବିୟୋଗରେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଶୋକ ବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତାରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, କବି ରବି ସିଂ ଏକାଧାରରେ ଜଣେ ରାଜନେତା, ସାମ୍ବାଦିକ ଓ ସାହିତ୍ୟିକ ଥିଲେ । ବହୁ ପୁସ୍ତକର ରଚୟିତା, ଓଡିଶା ସାହିତ୍ୟ ଏକାଡେମୀ ଏବଂ ଅତିବଡି ଜଗନ୍ନାଥ ଦାସ ପୁରସ୍କାର ଆଦି ଏକାଧିକ ପୁରସ୍କାରର ବିଜେତା ସ୍ୱର୍ଗତ ସିଂଙ୍କ ବିୟୋଗ ଓଡିଆ ସାହିତ୍ୟ ଓ ସାରସ୍ୱତ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିବା ସହିତ କବି ସ୍ୱର୍ଗତ ସିଂଙ୍କ ଅମରାତ୍ମାର ସଦ୍ଗତି କାମନା କରିଛନ୍ତି ଓ ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।