
ଭୁବନେଶ୍ୱର-ଚଳିତ ଅବକାରୀ ନୀତିକୁ 1 ମାସ ପାଇଁ ବୃଦ୍ଧି କରାଯାଇଛି । ଏପ୍ରିଲ 30 ଯାଏଁ ଅବଧି ବଢ଼ାଯାଇଛି । ନୂଆ ଅବକାରୀ ନୀତି ପାଇଁ ଚୂଡାନ୍ତ ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ନୀତି କାର୍ଯ୍ୟକ୍ଷମ ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ତେଣୁ ରିନ୍ୟୁଆଲ କାମ ମଧ୍ୟ ଆରମ୍ଭ କରିଦିଆଯାଇଛି । 20ରୁ 25 ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ ଏବଂ ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି।