
ଭୁବନେଶ୍ୱର– ବିଜେପି ନେତା ତଥା ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗଙ୍କ ବିରୋଧରେ କଂଗ୍ରେସ ଆଣିଲା ଅଭିଯୋଗ । ମୁକେଶ ମହାଲିଙ୍ଗଙ୍କ ସମସ୍ତ ସାର୍ଟିଫିକେଟ ମିଛ ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ମିଛ ଜାତିଗତ ପ୍ରମାଣ ପତ୍ର ଦେଇ ସେ ଚାକିରୀ କରିଛନ୍ତି। ପାଠ ପଢା ସହ ଚାକିରୀ କରି ଲୋକଙ୍କୁ ଭୁଆଁ ବୁଲାଇଛନ୍ତି।
ବିଧାନସଭାରେ ମନ୍ତ୍ରୀଙ୍କ ବ୍ୟବହାର ଲଜ୍ୟାଜନକ। ବଲାଂଗୀର ଜିଲା ତାଙ୍କ ପାଇଁ ନିନ୍ଦା ପାଇଛି। ମନ୍ତ୍ରୀ ଅସଭ୍ୟ ଭାଷାରେ ବିଧାନସଭାରେ ଗାଳି ଗୁଲଜ କରିଛନ୍ତି, ସେ ଅଭଦ୍ରାମି କାହାକୁ କରିଛନ୍ତି ତାର ଉତ୍ତର ରଖନ୍ତୁ, ବାଚସ୍ପତି କାହିଁକି ଆକ୍ସନ ନେଲେ ନାହିଁ ତାର ଉତ୍ତର ମଧ୍ୟ ରଖିବା ଆବଶ୍ୟକ। ଫେକ କାଷ୍ଟ ସାର୍ଟିଫିକେଟ ରହିଛି। ମୁକେଶ ମହାଲିଙ୍ଗ ତାଙ୍କର ଜାତିଗତ ପ୍ରମାଣ ମିଛ ଦେଇଛନ୍ତି। ସ୍କୁଲ, କଲେଜ ଓ ଚାକିରୀ ସମୟରେ ମୁକେଶ ମହାଲିଙ୍ଗ ଦେଇଥିବା ଜାତିଗତ ପ୍ରମାଣ ସତ ନୁହେଁ ବୋଲି କଂଗ୍ରେସ ଆଣିଛି ଅଭିଯୋଗ। ଆର ଡିସି ଏ ନେଇ ସମନ କରିଥିଲେ ହେଁ ଜଣେ ମନ୍ତ୍ରୀ ହୋଇବି ସେ ସେଠିକି ଯାଇନଥିଲେ। ଯଦି ଜାତି ପ୍ରମାଣ ପତ୍ର ଭୁଲ ତେବେ ତାହା କ୍ରିମିନାଲ ଅଫେନ୍ସ ବୋଲି ଧରାଯିବ। ଦଳିତ ମାନେ ଏହି ଭଳି ମନ୍ତ୍ରୀ ମାନଙ୍କ ପାଇଁ ବଞ୍ଚିତ। ସମାଜସେବୀ ତଥା ଦଳିତ ନେତା ଡିଙ୍ଗର କୁମାର ଯିଏ ଏ ବାବଦରେ କମ୍ପ୍ଲେନ କରିଛନ୍ତି ସେ କହିଛନ୍ତି ୧୯୭୮ ମସିହାରୁ ସ୍କୁଲ ପାଠ ପଢ଼ାରେ ମୁକେଶ ମହାଲିଙ୍ଗ ମିଛ ସାର୍ଟିଫିକେଟ ଦେଇ ପାଠ ପଢା, ଚାକିରୀ କରିଛନ୍ତି। ଏ ନେଇ କଂଗ୍ରେସ ଇଲେକ୍ସନ କମିଶନଙ୍କୁ ମଧ୍ୟ ଭେଟି ଜବାବ ତଲବ ମାଗିବ ବୋଲି କହିଛି କଂଗ୍ରେସ ।