
ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ମାସିକ ରେଡିଓ କାର୍ଯ୍ୟଖ୍ରମ ମନ୍ କୀ ବାତରେ ଦେଶବାସୀଙ୍କୁ ଚୈତ୍ର ମାସ ଶୁକ୍ଲପକ୍ଷର ପ୍ରତିପଦା ତିଥିରୁ ଆରମ୍ଭ ହେଉଥିବା ଭାରତୀୟ ନବବର୍ଷର ଶୁଭକାମନା ଜଣାଇଛନ୍ତି ।
ମନ୍ କୀ ବାତର 120ତମ ଏପିସୋଡରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିଠାରୁ ଚୈତ୍ର ନବରାତ୍ରୀର ଶୁଭାରମ୍ଭ ହେଉଛି । ,ପ୍ରିଲ 13ରୁ 15 ମଧ୍ୟରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ପର୍ବର ଜୋରଦାର ଧୁମ ଦେଖିବାକୁ ମିଳିଛି । ଏହି ପୂରା ମାସ ପର୍ବର ଅଟେ । ସେ ଦେଶବାସୀଙ୍କୁ ଏହି ପର୍ବର ଶୁଭେଚ୍ଛା ଜଣାଇଛନ୍ତି ।
ସେ କହିଛନ୍ତି ଯେ, ଆଜି ଦିନରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଉଗାଦି ପର୍ବ ଧୁମଧାମରେ ପାଳନ କରାଯାଏ । ମହାରାଷ୍ଟ୍ରରେ ଗୁଡି ପଡୱା ମନାଯାଇଥାଏ । ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ଆଗାମୀ କିଛି ଦିନରେ ଆସାମରେ ରଙ୍ଗୋଲି ବିହୁ, ପଶ୍ଚିମବଙ୍ଗରେ ପୋଇଲା ବୈଶାଖ କଶ୍ମୀରରେ ନବରେହ ଉତ୍ସବ ପାଳନ କରାଯିବ ।