
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ମଧୁସୂଦନ ଛାତ୍ରାବାସରେ ରବିବାର ସକାଳେ ଗୋଟିଏ ସ୍ନାତକୋତ୍ତର ଛାତ୍ରଙ୍କ ଶବ ସନ୍ଦିଗ୍ଧ ପରିସ୍ଥିତିରେ ମିଳିବା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଶୋକର ପରିବେଶ ସୃଷ୍ଟି ହୋଇଛି।
ମୃତ ଛାତ୍ର ଜଣଙ୍କ ତାପସ ରଞ୍ଜନ ନାୟକ ବୋଲି ଜଣା ପ଼ଡିଛି । ସେ ଦର୍ଶନ ଶାସ୍ତ୍ର ବିଭାଗର ପି.ଜି. ଦ୍ଵିତୀୟ ବର୍ଷର ଛାତ୍ର ଥିଲେ। ତାଙ୍କ ସହ ପଢୁଥିବା ଛାତ୍ରମାନେ କହିଛନ୍ତି ଯେ, ଶନିବାର ରାତି ପର୍ଯ୍ୟନ୍ତ ତାଙ୍କର ବ୍ୟବହାର ସାଧାରଣ ଥିଲା ଓ ସେ ସମସ୍ତଙ୍କ ସହ ହସି ଖୁସି ଆଲୋଚନା କରୁଥିଲେ।
ଘଟଣା ସୂଚନା ମିଳିବା ସହିତେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଯାହା ଦ୍ୱାରା ମୃତ୍ୟୁର କାରଣ ଜଣାପଡ଼ିବ।
ବିଶ୍ୱବିଦ୍ୟାଳୟ ପ୍ରଶାସନ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତରେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି।
ଏହି ଅପ୍ରତ୍ୟାଶିତ ଘଟଣାରେ ଛାତ୍ର ସମ୍ପ୍ରଦାୟ ମଧ୍ୟରେ ଗଭୀର ଶୋକ ବ୍ୟାପି ଯାଇଛି। ଛାତ୍ରଛାତ୍ରୀମାନେ ଏହାର ଗଭୀର ଓ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି।