
ବଲାଙ୍ଗିର,ଆଜି ବଲାଙ୍ଗୀର କଦମପଡାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ହିନ୍ଦୁ ନବବର୍ଷ ‘ବର୍ଷ ପ୍ରତିପଦା’ପାଳନ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗୀର ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଅଜିତ କୁମାର ପଣ୍ଡା ଯୋଗ ଦେଇଥିଲେ । ପ୍ରଥମେ ରା.ସ୍ବ.ସଂ.ର ପ୍ରଥମ ସରସଂଘ ଚାଳକଙ୍କ ଜନ୍ମଦିନ ଅବସରରେ “ଆଦ୍ୟ ସର ସଂଘ ଚାଳକ ପ୍ରଣାମ” ଦିଆ ଯାଇଥିଲା । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସମବେତ ସଙ୍ଗୀତ ପରିବେଷଣ କରାଯାଇଥିଲା । ପରେ ପ୍ରଧାନ ଆଚାର୍ଯ୍ୟ ସୁବ୍ରତ କୁମାର ବେହେରା ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସଂଯୋଜନା କରିଥିଲେ ଛାତ୍ରୀ ସ୍ମରଣୀକା ଦାଶ୍ ,ଅମିଶା ବହିଦାର ଓ ଲୋପାମୁଦ୍ରା ସାହୁ, ଛାତ୍ରଅର୍ଣ୍ଣବ ପାଣିଗ୍ରାହୀ। ଛାତ୍ରୀ ସୁପ୍ରିୟା ନାଏକ,ଛାତ୍ର ଅଖିଳେଶ ପଣ୍ଡା ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୁରୁଜୀ ଶଶିଭୂଷଣ ପଶାୟତ ମଧ୍ୟ ଆଜି ଦିନର ମହତ୍ତ୍ଵ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ଦେଇ କହିଲେ ଯେ, ଆମର ସଂସ୍କୃତି,ପରମ୍ପରା,ବିଧିବିଧାନର ପାଳନ ତଥା ପ୍ରଚାର ଓ ପ୍ରସାର କରିବା ଆମେ ଭାରତୀୟଙ୍କ ପରମ କର୍ତ୍ତବ୍ୟ। ଏହାପରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା “ଭାରତ ମାତା”ଙ୍କ ପୂଜନ କରାଯାଇଥିଲା । ସଭାପତି ଡ଼.ଭବାନୀ ଶଙ୍କର ପଟେଲ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ପରୀକ୍ଷା ପ୍ରମୁଖ ତ୍ରିନାଥ କୁଅଁର ଏ ବର୍ଷର ବାର୍ଷିକ ପରୀକ୍ଷା ଫଳାଫଳ ଘୋଷଣା କରିଥିଲେ ତଥା କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ ଗୁରୁଜୀ ତ୍ରିଲୋଚନ ଦାସ ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ର ଅବିନାଶ ପଣ୍ଡାଙ୍କ ଦେଶଭକ୍ତି ଗୀତ,ପିୟୁଷ ରଞ୍ଜନ ଦାନୀଙ୍କ ଭକ୍ତି ସଂଗୀତ, ଓଡ଼ିଶୀ ନୃତ୍ୟରେ ସୁପ୍ରିତି ସାହୁ,ଅମିଶା ସାହୁ ଓ ଶୃତିରନ୍ ପଟେଲ ପ୍ରଦର୍ଶନ କରିଥିଲେ । କ୍ଷୀରୀ ପ୍ରସାଦ ଗ୍ରହଣ ପରେ ପ୍ରଗତି ପତ୍ର ପାଇ ଛାତ୍ରଛାତ୍ରୀ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହିପରି ଗୁରୁମା ସୁଷମା ଷଡ଼ଙ୍ଗୀ ଓ ଗୁରୁଜୀ ସାଧୁ ରାମ ନାଏକଙ୍କ ସଞ୍ଚାଳନରେ କାର୍ଯ୍ୟକ୍ରମ ସଫଳତା ସହ ସମ୍ପୁର୍ଣ୍ଣ ହୋଇଥିଲା ।