
ସୁବର୍ଣ୍ଣପୁର,ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବରେ ଜୁନିଅର ଆଇନଜୀବୀ ପ୍ରତାପ କୁମାର ପୁରୋହିତ ନିର୍ବାଚିତ ହୋଇଛନ୍ତି । ଗତକାଲି ଦିନ ୯ ଟା ଠାରୁ ମଧ୍ୟାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ଅପରାହ୍ନ ୪ଟା ରେ ଭୋଟ ଗଣତି ହୋଇ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସୁଦ୍ଧ ନାରାୟଣ ସାହୁ ସଂଘର ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି। ସୋନପୁର ବାର ଏସୋସିଏସନ ନିର୍ବାଚନରେ 213 ଜଣ ଓକିଲ ଆଜି ନିଜ ନିଜ ମତାଦାନ ପ୍ରଦାନ କରିଛନ୍ତି। ପ୍ରତାପ କୁମାର ପୁରୋହିତ ୧୧୭ ଟି ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ପୂର୍ବରୁ ଅନେକ ଥର ସଭାପତି ଭାବେ ନିର୍ବାଚିତ ହୋଇଥିବା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଧାନ ଚନ୍ଦ୍ର ପାଣଗ୍ରାହୀ ୯୩ ଟି ଭୋଟ ପାଇଛନ୍ତି। ୦୩ ଟି ଭୋଟ ନାକଚ ହୋଇଯାଇଛି । ୧୧୦ଟି ଭୋଟ ପାଇ ସମ୍ପାଦକ ଭାବେ ଗଦାଧର ନେଗି ନିର୍ବାଚିତ ହୋଇଥିବା ବେଳେ ସଂଘ ର ଉପ ସଭାପତି ଭାବେ ଦଶରଥ ମିଶ୍ର ୧୨୦ ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି l ପ୍ରୀୟଜିତ୍ ମିଶ୍ର ସହ ସମ୍ପାଦକ ଲାଇବ୍ରେରୀ ଭାବେ ୧୪୬ ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ସହ ସଂପାଦିକା ଭାବରେ ପ୍ରଣତି କୁମ୍ଭାର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ । କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବରେ ଓଁକାର ପ୍ରଧାନ,ଦାସ ଦିପ୍ତ ମହାପାତ୍ର, ଶମ୍ଭୁ ପ୍ରସାଦ ବିଶି, ଓ ସନ୍ତୋଷ କୁମାର ନନ୍ଦ ମନୋନୀତ ହୋଇଛନ୍ତି। ।ସେହିପରି ସହ ନିର୍ବାଚନ ଅଧିକାରୀ ବୃନ୍ଦାବନ ମିଶ୍ର ,ଓ ଦୁଃଖୀ ରାମ ବାଘ ଆଜି ନିର୍ବାଚନ କାର୍ଯ୍ୟ ନିର୍ବାହ କରିଥିଲେ । ଛବିଳ ମହାକୁଡ ଓ ଦାମୋଦର ଦାସ ସହଯୋଗ କରିଥିଲେ । ଚଳିତ ବର୍ଷ ନିର୍ବାଚନରେ ଜଣେ ଯୁବ ସଭାପତି ନିର୍ବାଚିତ ହୋଇଥିବାରୁ ଜିଲ୍ଲା ଓକିଲ ଙ୍କ ମହଲରେ ଆନନ୍ଦ ଖେଳି ଯାଇଛି ।