
ଭୁବନେଶ୍ୱର– ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭବନୀପାଟଣାରେ ଶୁଭାରମ୍ଭ ସହ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଏଥିଲାଗି ୩ ବର୍ଷରେ ୭ ହଜାର ୫୫୦ କୋଟି ଟଙ୍କା ବିନିଯୋଗ ହେବ। ବିଶେଷ କରି ଭିନ୍ନକ୍ଷମ, ବିଧବା , ରୋଗାକ୍ରାନ୍ତ ବ୍ୟକ୍ତି ଏବଂ ସହିଦଙ୍କ ପରିବାର, ପଦ୍ମଶ୍ରୀ ପୁରସ୍କାର ପାଇଥିବା ବ୍ୟକ୍ତି, ବନ୍ୟା, ବାତ୍ୟା ଏବଂ ଅଗ୍ନିକାଣ୍ଡରେ ଘର ପୋଡି ଯାଇଥିବା ବ୍ୟକ୍ତି ମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ।