
ଜୟପୁର– ଜୟପୁର ନଗର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାଷ୍ଟ୍ରୀୟ ନବବର୍ଷ ଯୁଗାବ୍ଦ ୫୧୨୭ ବିକ୍ରମ ସମ୍ବତ ୨୦୮୨ କେଶବ ପ୍ରଭାତ ଶାଖା ସୂର୍ଯ୍ୟମହଲ ଠାରେ ପାଳନ କରିଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଛଅ ଗୋଟି ମୁଖ୍ୟ ପାଳନୀୟ ଦିବସ ମଧ୍ୟରୁ ହିନ୍ଦୁ ନବବର୍ଷ ଅନ୍ୟତମ। ଏହି ଦିବସରେ ନଗର ସଂଘ ଚାଳକ ଡଃ. ନିରଞ୍ଜନ ମିଶ୍ର, ସହ ନଗର ସଂଘ ଚାଳକ ପ୍ରେମାନନ୍ଦ ନାୟକ, ଅତିଥି ଭାବେ ଇଂ. ସୁବ୍ରତ କୁମାର ମିଶ୍ର, ମୁଖ୍ୟବକ୍ତା ଡଃ. ସିତାନାଥ ରାଇଗୁରୁ ମଞ୍ଚାସିନ ଥିଲେ। ମୁଖ୍ୟବକ୍ତା ଏହି ରାଷ୍ଟ୍ରୀୟ ନବ ବର୍ଷ ପାଳନ ପରିପ୍ରେକ୍ଷୀରେ ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଆଦ୍ୟ ସରସଂଘ ଚାଳକ ପ୍ରଣାମ, ଧ୍ଵଜାରପୋଣ, ଶାରୀରିକ ପ୍ରଦର୍ଶନ, ସୂର୍ଯ୍ୟନମସ୍କାର, ଆସନ, ନିୟୁଧ ପ୍ରଦର୍ଶିତ ହୋଇଥିଲା। ଶେଷରେ ସଂଘ ପ୍ରାର୍ଥନା ପରେ ବିକିର ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନଗର କର୍ଯ୍ୟବାହ ଡଃ. ମନୋରଞ୍ଜନ ମିଶ୍ର, ଗ୍ରାମ ବିକାଶ ପ୍ରମୁଖ ବିଜୟ କୁମାର ଭଟ୍ଟ, ବିଭାଗ ବ୍ୟବସ୍ଥା ପ୍ରମୁଖ ଡମ୍ବରୁଧର ପାଣିଗ୍ରାହୀ, ଜିଲ୍ଲା ପ୍ରଚାରକ ଚିଦାନନ୍ଦ ଶତପୋଥି, ବାବୁ ଭାଇ ବଜରଙ୍ଗୀ ପ୍ରାନ୍ତ ଉପସଭାପତି ବିଶ୍ୱ ହିନ୍ଦୁ ପରିଷଦଙ୍କ ସହ ବହୁ ସ୍ୱୟଂସେବକ ମାନେ ଉପସ୍ଥିତ ରହିଥିଲେ।