
ଭବାନୀପାଟଣା– ମିଲକି ଅଞ୍ଚଳର ପଳନା ପଂଚାୟତକୁ ଗ୍ରାମ୍ୟ ଜଳ ଯୋଗାଣ କରୁଥିବା ବସୁଧା ଯୋଜନାର ଟେପସା ନଦୀ ଘାଟରେ ଥିବା ପାଣି ଟାଙ୍କିରୁ ଗତକାଲି ଦିନ ପ୍ରାୟ ୧ଟା ସମୟରେ ମୋଟର, କେବୁଲ ତାର ଚୋରି କରୁଥିବା ବେଳେ ଚୋରକୁ କାବୁ କରିଥିଲେ ଗ୍ରାମବାସୀ। ଦୁଇ ଜଣ ତାର ଚୋରଙ୍କୁ ତାର କାଟୁଥିବା ବେଳେ ବହୁ କଷ୍ଟେ ମଷ୍ଟେ ଧରିବାରେ ସମର୍ଥ ହୋଇଥିଲେ। ଦିନ ବେଳେ ନଦୀରେ ଲୋକ ମାନେ ମାଛ ଧରୁଥିବା ବେଳେ ବସୁଧା ଟାଙ୍କିରେ ଦୁଇ ଜଣଙ୍କୁ ଦେଖିଥିଲେ ଓ ଜଣେ ମୋଟର ସାଇକେଲରେ ବାହାରେ ଜଗିଥିଲେ। ଏହା ପରେ ଲୋକ ମାନେ ସନ୍ଦେହ କରିଥିଲେ ଏବଂ ପାଖକୁ ଯାଇଥିବା ବେଳେ ଚୋର ମାନେ ପଳାଇ ଯିବାକୁ ଚେଷ୍ଟା କରିଥିଲେ। ଧସ୍ତା ଧସ୍ତି ହୋଇ ମଧ୍ୟ ଦୁଇ ଜଣ ଚୋରଙ୍କୁ ଧରିଥିଲେ ଓ ଜଣେ ଚୋର ଫେରାର ହୋଇଯାଇଥିଲା। ଏହାପରେ ପଳନା ସରପଞ୍ଚଙ୍କୁ ଜଣାଇଥିଲେ ଗ୍ରାମବାସୀ, ତା ପରେ ଟେପସା ଗ୍ରାମକୁ ଚୋରଙ୍କୁ ନେଇ ଥିଲେ ଏବଂ ଦୁଇ ଜଣ ଚୋର ତିଳକ ରଣା, ପିତା କାନ୍ତ ରଣା, ଗ୍ରାମ ମାଡିଗୁଡା, ଏବଂ ମଳୟ ସାହୁ ପିତା ଶଶୀଧର ସାହୁ ଗ୍ରାମ ଚିକିଲି, ଏମାନେ ସବୁ ବୋର୍ଡ଼l ପୋଲିସ, କେଗାଁ ଥାନା ଅଧିନସ୍ଥ ଅଟନ୍ତି। ଏହି ଦୁଇ ଜଣଙ୍କୁ ସନ୍ଧ୍ୟାରେ ବୋର୍ଡ଼l ପୋଲିସ ଜିମାରେ ଦେଇ ଥିଲେ ଏବଂ ପଳନା ସରପଞ୍ଚ ଲିଖିତ ଅଭିଯୋଗ ଦେଇଛନ୍ତି।
ପ୍ରକାଶ ଥାଉ କି, ଏହି ଚୋର ଗୋଷ୍ଠୀ ଇତି ପୂର୍ବରୁ ମିଲକି ଅଞ୍ଚଳର ଦଶ ଗୋଟି ପଂଚାୟତରୁ ଅନେକ ବାର ଜଳ ଯୋଗାଣର ମୋଟର, କେବୁଲ ତାର ଚୋରି କରୁଥିବା ଜଣାଯାଏ। ଖରା ଦିନରେ ଜଳ ଯୋଗାଣରେ ଏମାନେ ବାଧା ସୃଷ୍ଟି କରି ଲୋକଙ୍କୁ ଜଳ ପାଇବାରୁ ବଞ୍ଚିତ କରୁଥିବା ଜଣାଯାଏ, ବର୍ତ୍ତମାନ ଏହି ଦୁଇ ଜଣ ତାର ଚୋରଙ୍କୁ ଅଧିକ ପଚରାଉଚରା କଲେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।