
ଜଗଦଲପୁର– ଛତିଶଗଡର ସୁକମା ଜିଲ୍ଲାର ଗୋଗୁଂଡାର ପାହାଡରେ ଶନିବାର ହୋଇଥିବା ଗୁଳି ବିନିମୟରେ ସୁରକ୍ଷାବଳ 17 ନକ୍ସଲଙ୍କୁ ନିହତ କରିଥିଲେ । ଅନ୍ୟପଟେ ବିଜାପୁର ଜିଲ୍ଲାର ବାସାଗୁଡା ଅନ୍ତର୍ଗତ ଟେକମେଟା-ନରସାପୁର ଜଙ୍ଗଲରେ ହୋଇଥିବା ଗୁଳି ବିନିମୟରେ ଜଣେ ନକ୍ସଲ ନିହତ ହୋଇଥିଲା । ସମସ୍ତ ନକ୍ସଲଙ୍କ ମୃତଦେହର ଚିହ୍ନଟ କାର୍ଯ୍ୟାନୁଷ୍ଠାନରେ ଏବେ ସୁଦ୍ଧା 73 ଲକ୍ଷର ପ୍ରାୟ 15 ନକ୍ସଲଙ୍କ ଚିହ୍ନଟ ହୋଇଛି । ଯେଉଁଥିରେ 11ମହିଳା ଓ 4ଜଣ ପୁରୁଷ ରହିଛନ୍ତି ।