
ଭୁବନେଶ୍ୱର, ଭୁବନେଶ୍ୱରରେ ଭାରତୀୟ ନବ ବର୍ଷ ଉପଲକ୍ଷେ ଆୟୋଜିତ ହୋଇଯାଇଛି ଗଣ ଦୌଡ଼। ଏହି ଗଣ ଦୌଡ଼ ସହୀଦନଗରରୁ ଆରମ୍ଭ ହୋଇ ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଭୁବନେଶ୍ୱର ସହରର କୋଣ ଅନୁକୋଣରୁ ଆସି ସାଧାରଣ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ହିନ୍ଦୁ ଲୋକେ ଭାରତର ଲୋକେ ଭାରତୀୟ ନବ ବର୍ଷର ମହତ୍ତ୍ୱ ଜାଣନ୍ତୁ, ଇଂରାଜୀ ନବ ବର୍ଷ ନୁହେଁ ବରଂ ହିନ୍ଦୁ ନବ ବର୍ଷର ଗୁରୁତ୍ୱକୁ ବୁଝନ୍ତୁ।
ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ଅବସରରେ କହିଛନ୍ତି ଯୁବ ପିଢ଼ି ବେଶ ସାବଧାନ ହୁଅନ୍ତୁ, ଭାରତୀୟ ହିନ୍ଦୁ ନବ ବର୍ଷ ବିଷୟରେ ଜ୍ଞାନ ଅର୍ଜନ କରନ୍ତୁ। ଇଂରାଜୀ ନବ ବର୍ଷର କଲଚର ଆମ ମାନଙ୍କ ଭିତରେ ରହିଯାଇଛି ଯାହାକୁ ଆମକୁ କାଢ଼ିବାକୁ ହେବ, ଆମ ନବ ବର୍ଷ ପାଳନ କରାଯାଏ କରିବାକୁ କହିଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ନିଜର ନବ ବର୍ଷକୁ ପାଳନ କରିବା ସହ ସ୍କୁଲରୁ ନେଇ କଲେଜ ଶିକ୍ଷା ପଦ୍ଧତିରେ ଯେଉଁ ଇଂରାଜୀ ନବ ବର୍ଷ ପିଲାମାନେ ପାଳନ କରୁଛନ୍ତି ସେମାନଙ୍କ ଅଭିଭାବକ ସମସ୍ତେ ପିଲାଙ୍କୁ ସଚେତନ କରାଇ ବ୍ରହ୍ମା କେବେ ସୃଷ୍ଟି ସର୍ଜନା କରିଥିଲେ ସେ ଦିନକୁ ମନେ ପକାନ୍ତୁ ବୋଲି ଯୁବ ପିଢ଼ିଙ୍କୁ ବାର୍ତା ରଖିଥିଲେ ଅଭିଳାଷ ପଣ୍ଡା। କାର୍ଯ୍ୟକ୍ରମରେ ସାମିଲ ଥିଲେ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ଇରାଶିଷ ଆଚାର୍ଯ୍ୟ, ଯୁବ ମୋର୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସମେତ ଅନେକ ଯୁବକ ଏଥିରେ ସାମିଲ ହୋଇଥିଲେ।