
ସମ୍ବଲପୁର– ଓରମାସ୍, ସମ୍ବଲପୁର ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ କ୍ରେତା-ବିକ୍ରେତା ସମ୍ମିଳନୀର ସଫଳ ଆୟୋଜନ ହୋଇଯାଇଛି, ଯେଉଁଥିରେ କୃଷି ଓ ଅଣକୃଷି କାର୍ଯ୍ୟରେ ନିୟୋଜିତ ୮୦ ଜଣ ଏସ୍ଏଚ୍ଜି/ପିଜି/ଏଫ୍ପିଓ ସଦସ୍ୟ ଏକାଠି ହୋଇଥିଲେ। ଏହି ବୈଠକ ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ଏବଂ ବଜାର ସଂଯୋଗ ସ୍ଥାପନ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପାଲଟିଛି । ଏଥିରେ ଆନନ୍ଦ ସୁପର ବଜାର, ଭିଲେଜ କ୍ରାଫ୍ଟ, ହିନ୍ଦୁସ୍ତାନ ସେଲ୍ସ, ପ୍ରଣାମ ଭେଞ୍ଚର୍ସ, ମୁନିକୋ, ସାକ୍ଷୀ ହସ୍ତତନ୍ତ ଓ ମେଟାକାନି ଆଗ୍ରୋ ଭଳି ୭ଟି ପ୍ରତିଷ୍ଠିତ କ୍ରେତା ଅଂଶଗ୍ରହଣ କରିଥିଲେ। ମାର୍କେଟିଂ ଟାଇ-ଅପ୍ ଗୁଡ଼ିକୁ ସୁଗମ କରାଯାଇଥିଲା, ଯାହା ଏସଏଚଜି ଏବଂ ଏଫପିଓ ସଦସ୍ୟମାନଙ୍କ ପାଇଁ ଉତ୍ତମ ବଜାର ପ୍ରବେଶସୁନିଶ୍ଚିତ କରିଥିଲା ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ପାତ୍ର ଉଦଘାଟନ କରିଥିଲେ। ଉଦ୍ୟାନ କୃଷି ଉପନିର୍ଦେଶକ ହିମାଂଶୁ ଶେଖର ସାହୁ, ଓରମାସର ସିଇଓ ଶ୍ରୀମନ୍ତ ହୋତା, ବିଏମ୍-ଟିଡିସିସି ଅଜୟ ସାହୁ, ଡିପିଏମ୍-ଓଏଲ୍ଏମ୍ ସଞ୍ଜୟ କୁମାର ମହାପାତ୍ର, ଡିପିସି-ମିଶନ ଶକ୍ତି ଭାରତୀ ବେସ୍ରା, ଏଏଚ୍ଓ, ହସ୍ତତନ୍ତ ସୁପରଭାଇଜର ଓ ଡିପିସି-ଓଏଫ୍ଏସ୍ଡିପି ପ୍ରକଳ୍ପ ତୁଷାରକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
କ୍ରେତା-ବିକ୍ରେତା ବୈଠକର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଉଦ୍ୟୋଗକୁ ସୁଦୃଢ଼ କରିବା, ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଉତ୍ପାଦକମାନଙ୍କୁ ସମ୍ଭାବ୍ୟ କ୍ରେତାଙ୍କ ସହ ଯୋଡ଼ି ଜୀବିକା ସୁଯୋଗ ବୃଦ୍ଧି କରିବା । ସମ୍ବଲପୁର ଓର୍ମାସ୍ ସ୍ବୟଂ ସହାୟକ ଗୋଷ୍ଠୀ ଓ ଏଫ୍ପିଓମାନଙ୍କୁ ସ୍ଥାୟୀ ବଜାର ସୁଯୋଗ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତା ଜାରି ରହିବ।