
ନୂଆଦିଲ୍ଲୀ– କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବିହାର ଦିବସ ଅବସରରେ ଶନିବାର ଏକ ଭାରତ ଶ୍ରେଷ୍ଠ ଭାରତ ସ୍ନେହ ମିଳନ କାର୍ଯ୍ୟକ୍ରମକୁ ସଂବୋଧିତ କରି କହିଛନ୍ତି ଯେ, ଯେଉଁଠାକୁ ପୂର୍ବାଂଚଳ ଯାଇଥାଏ ସେଠାକୁ ଦେଶ ଯାଇଥାଏ । ଇତିହାସ ଏହାର ପ୍ରମାଣ ଅଟେ । ଗାନ୍ଧୀଜୀଙ୍କ ଆନ୍ଦୋଳନ ଚମ୍ପାରଣରୁ ଆରମ୍ଭ ହୋଇଥିଲା ଏବଂ ଜୟପ୍ରକାଶ ନାରାୟଣର ଆନ୍ଦୋଳନ ବି ବିହାରରୁ ଆରମ୍ଭ ହୋଇଥିଲା । ବିହାରର ବିଶେଷ ଗୁରୁତ୍ୱ ରହିଛି । ବିଶ୍ୱକୁ ଗଣତାନ୍ତ୍ରିକ ପ୍ରଣାଳୀ ଦେବାର ଶ୍ରେୟ ବିହାରକୁ ଯାଇଥାଏ ।
ଜେପି ନଡ୍ଡା ବିଜେପିର ପୂର୍ବାଂଚଳ ମୋର୍ଚ୍ଚା ଦ୍ୱାରା ନୂଆଦିଲ୍ଲୀର ଆମ୍ବେଦକର ସେଂଟରରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ବିହାରର ନିଜର ଗୌରବ ରହିଛି । ଏହା ଆଜିର କଥା ନୁହେଁ । ନାଳନ୍ଦା ବିକ୍ରମଶିଳା ବିଶ୍ୱବିଦ୍ୟାଳୟ ଥିଲା, ଯେଉଁଠି ଦେଶର ନୁହେଁ ବିଶ୍ୱର ଲୋକେ ଏଠାକୁ ପଢିବାକୁ ଆସୁଥିଲେ । ଏହା ଗୌତମ ବୁଦ୍ଧଙ୍କ ମାଟି ଅଟେ ।ସମ୍ରାଟ ଅଶୋକ ଅହିଂସା ପଥରେ ଚାଲିବାର ମନ ବି ବିହାର ମାଟିରେ ସ୍ଥିର କରିଥିଲେ । ବିଶ୍ୱର କୌଣସି ବି କୋଣକୁ ଆମେ ଗଲେ, ମୈଥିଲି, ମଗହି କିମ୍ବା ଭୋଜପୁର କହୁଥିବା ଲୋକେ ମିଳିବ । ସଚ୍ଚୋଟତାର ନିଜ କାମ କରିବାର ଶକ୍ତି ଏହି ବିହାରର ମାଟିର ଲୋକଙ୍କ ଠାରେ ରହିଛି ।