
ଇମ୍ଫାଲ– ମଣିପୁରର ନୋନିରେ ଶନିବାର ଅପରାହ୍ନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.8 ରେକର୍ଡ ହୋଇଛି । ତେବେ କୌଣସି ଧନଜୀବନ ହାନି ଘଟିନି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଶନିବାର ମଣିପୁରର ନୋନିରେ ଦ୍ୱିପ୍ରହର 2.31 ମିନିଟ 39 ସେକେଣ୍ଡରେ 3.8 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ଭୂପୃଷ୍ଠରୁ 10 କିଲୋମିଟର ତଳେ ଥିଲା । ଭୂକମ୍ପର ଏପିକ ସେଂଟର 24.90 ଉତର ଅକ୍ଷାଂଶ ତଥା 93.59 ପୂର୍ବ ଦେଶାନ୍ତରରେ ଥିଲା ।