
ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ଓଡବ୍ଲ୍ୟୁଏସଏସବି)ର ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଶନିବାର ଭୁବନେଶ୍ୱର, ଜଟଣୀ ଓ କଟକ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ କରାଯାଉଛି।
ଖୋର୍ଦ୍ଧା ଜିଲ୍ଲା ଜଟଣୀର ମେନ୍ ରୋଡ୍ ସ୍ଥିତ ତାଙ୍କ ବାସଗୃହ, ଭୁବନେଶ୍ୱରର ଆଇଗିଣିଆର ସୁକାନ୍ତି ଦେବୀ ଏନକ୍ଲେଭରେ ତାଙ୍କର ଭଡ଼ା ଘର,ଜଟଣୀର ସର୍ଦ୍ଦାର ପଟେଲ ମାର୍ଗରେ ଶ୍ରୀ ସାହୁଙ୍କ ଦୁଇ ମହଲା କୋଠା, ଜଟଣୀର ସର୍ଦ୍ଦାର ପଟେଲ ମାର୍ଗରେ ତାଙ୍କର ତିନି ମହଲା ବିଶିଷ୍ଟ (ନିର୍ମାଣାଧୀନ) କୋଠା, ଜଟଣୀର ବନଦୁର୍ଗା ମାର୍କେଟ୍ କମ୍ପେ୍ଲକ୍ସରେ ଦୁଇଟି ଦୋକାନ, କଟକର ଚୌଦ୍ୱାରରେ ତାଙ୍କ ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ୱରରେ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ଚାଲିଛି।
ଏହି ଚଢାଉରେ ୭ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।