
ବଲାଙ୍ଗିର– ଲୋଇସିଂହା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଭାବେ ପ୍ରଦୀପ ତ୍ରିପାଠୀ ମନୋନୀତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଜ୍ୟୋତିରଂଜନ ପଟେଲ, ଉପସଭାପତି – ସଞ୍ଜୟ ଷଡ଼ଙ୍ଗୀ, ଯୁଗ୍ମ ସମ୍ପାଦକ – କ୍ଷେତ୍ରପାଳ ସାହୁ, କୋଷାଧ୍ୟକ୍ଷ – ଗୌରିଶଙ୍କର ସାହୁ ଏବଂ ଗ୍ରନ୍ଥାଗାରିକ ଭାବେ ରଘୁମଣି ସେଠ୍ ମନୋନୀତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଆଇନଜୀବୀ, ରାଜେନ୍ଦ୍ର ନାଏକ, ପ୍ରଶାନ୍ତ ବେହେରା, ରମାକାନ୍ତ ନାଏକ, ରାଜକିଶୋର ମିଶ୍ର, ଶଶାଙ୍କ ଶେଖର ଭୋଇ ପ୍ରମୁଖ ମନୋନୀତ ହୋଇଥିବା ଜଣାଯାଇଛି । ବରିଷ୍ଠ ଆଇନଜୀବି ଶୁଭେନ୍ଦୁ ସାହୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ ।