
ମୁଖୀଗୁଡା– ଅସହାୟ ମହିଳାଙ୍କ ମୃତ୍ୟୁ ପରେ ସାହାରା ପାଲଟିଲେ ସମାଜସେବୀ। ଗତକାଲି ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେରଗାଁର ପ୍ରେମସିଲା ଧଙ୍ଗଡ଼ା ମାଝୀ (୫୫)ଙ୍କ ମୃତ୍ୟ ହୋଇଥିଲା । ତାଙ୍କର କେହି ସମ୍ପର୍କୀୟ ନଥିବା ଯୋଗୁଁ ଆଜି ସକାଳ ପର୍ଯ୍ୟନ୍ତ ଶବ ପଡି ରହିଥିଲା। ଖବର ପାଇ ବାନେର ସରପଞ୍ଚ ଗୌତମ ମାଝୀ, ସମିତି ସଭ୍ୟ ଅନନ୍ତ ପଟ୍ଟନାୟକ, ବାନେର ଗ୍ରାମର ସମାଜସେବୀ ମନୋଜ ପାତ୍ର, ଗୌରୀ ମାଝୀ, ସୁବାସ ପଣ୍ଡାଙ୍କ ସମେତ ସତ୍ୟ ସାହୁ ରୀତିନୀତି ଅନୁସାରେ ମୃତା ପ୍ରେମସିଲାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ସମାଜସେବୀଙ୍କ ଏହି କାମ ସାଧାରଣରେ ଚର୍ଚ୍ଚା ହେବା ସହ ସେମାନେ ପ୍ରଶଂସାର ପାତ୍ର ହୋଇଛନ୍ତି ।