
ଜୟପୁର- ଜୟପୁର ପୌରପାଳିକା ଦ୍ୱାରା ସମୁହ ସଫେଇ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଜୟପୁର ପୌରାଞ୍ଚଳର ଗାନ୍ଧୀ ଛକ କେନାଲ ରୋଡରୁ ଆରମ୍ଭ ହୋଇ ପାରାବେଢା ଛକ ଶେଷ ହୋଇଯାଥିଲା । ସକାଳ ୭ଟାରେ ଆରମ୍ଭ ହୋଇ ଦିନ ୧୦ ଟା ରେ ଶେଷ ହୋଇଥିଲା । ଜୟପୁର ଉପ ଜିଲାପାଳ ତଥା ପୌର ନିର୍ବାହୀ ଅଧିକାରି ଆକାବରମ ଶଶ୍ୟା ରେଡ୍ଡି , ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି କୃତ୍ତିବାସ ସାହୁ, ପୌର ଉପାଧ୍ୟକ୍ଷ ବି. ସୁନିତା, କାଉନସିଲର ଜସପାଲ ସିଂ, ବିଷ୍ଣୁ ବଦ୍ଧନ ରେଡ୍ଡି, ଦେବେନ୍ଦ୍ର ଚୈଧୁରି, ପଦ୍ମା ରେଡ୍ଡି, ପୌର ସଫେଇ କର୍ମଚାରି, ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ଏନସିସି କ୍ୟାଡେଟ, ଜୟ ଜଗନ୍ନାଥ କଲେଜର ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଫେଇ କରିଥିଲେ । ପ୍ଲା କାର୍ଡ ରେ ପଲିଥିନ ମୁକ୍ତ ଦେଶ ଗଢିବା ଏକାଠି ମିଶି ଶପଥ ନେବା, ଗାନ୍ଧୀଜୀଙ୍କ ସ୍ୱପ୍ନ ସାକାର ପାଇଁ ମଇଳା ଅସନାକୁ ଦେବା ଦୂରେଇ ଆଦି ସହର ବାସୀଙ୍କୁ ସଚେତନ କରାଯାଇଥିଲା ।