
ଭବାନୀପାଟଣା– କେଗାଁ ଥାନା ବୋର୍ଡ଼l ପୋଲିସକୁ ମିଳିଛି ସଫଳତା l ପୋଲିସ ଏସ.ଡି.ପି.ଓ. ଅଜଙ୍କ୍ୟୁ ମାଣେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ପ୍ରକାଶ, କଳାହାଣ୍ଡି ଜିଲ୍ଲାର ମିଲକି ଅଞ୍ଚଳ କହିଲେ ପ୍ରାୟ ବୋରଡ଼ା ଅଞ୍ଚଳକୁ ବୁଝାଇ ଥାଏ, ଏହି ଅଞ୍ଚଳର ଲୋକ ମାନେ ପ୍ରାୟ ସରଳ, ବିଶ୍ୱାସୀ, କର୍ମଠ, ଏହି ଅଞ୍ଚଳକୁ ଦୂଷିତ, କଳୁଷିତ କରୁଥିବା କେତେ ଅସାମାଜିକ ବ୍ୟକ୍ତି ମାନେ ବିଭିନ୍ନ କଳା ବଜାରୀ କରି ବିଭିନ୍ନ ଦୁର୍ନୀତି, ମାରାତ୍ମକ ଗୁପ୍ତ ବ୍ୟବସାୟ କରି ନିଜେ ମାଲାମାଲ ହୋଇ ଯାଉଛନ୍ତି, କାଲି ଦାଣ୍ଡରେ ଭିକାରି ଆଜି କୋଟିପତି, ଏପରି ଏକ ଘଟଣାରୁ ପର୍ଦା ଫାସ କରି ପୋଲିସ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ଯେ, କେଗାଁ ଥାନା ବୋରଡ଼ା ପୋଲିସ ଅଧିନସ୍ଥ ସାପ ସିଲେଟ ଗ୍ରାମର ବିଜୟ କୁମାର ଛୁରା (48) ପନିପରିବା ବ୍ୟବସାୟ କରି ଚଳୁଥିବା ଭଳି ଜଣାଯାଉଥିବା ବ୍ୟକ୍ତିଙ୍କ ଭିତିରି ବ୍ୟବସାୟ ଥିଲା ଏକ ଚମତ୍କାର, ଯାହାକି ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି l ଏହି ଛୁରା ବାବୁ ଭିତିରି ଭିତିରି ଗଞ୍ଜାଇ ବ୍ୟବସାୟ କରି ମାଲାମାଲ ହୋଇ ନିରୀହ ଚେହେରାରେ ସୋ ହେଉଥିଲା, ବିଶେଷ ସୂତ୍ରରୁ ବୋର୍ଡ଼l ଭାରପ୍ରାପ୍ତ ପୋଲିସ ଅଧିକାରୀ ଚନ୍ଦ୍ର ହାସ୍ୟ ସାହୁ ଓ ଟିମ, କେଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ମୁକୁନ୍ଦ ଦେବ ନାୟକ ଓ ପୋଲିସ ଟିମ ଗତ ପରଦିନ ସାପସିଲେଟ ଗ୍ରାମରେ ଚଢଉ କରିଥିଲେ ଏବଂ ଅଭିଯୁକ୍ତ ବିଜୟ କୁମାର ଛୁରାଙ୍କ ଘରୁ ପ୍ରାୟ ୬୦ କେ.ଜି. ରୁ ଅଧିକ ଗଞ୍ଜେଇ ଜବତ କରିବା ସହ ବିଜୟ ଛୁରାଙ୍କୁ ଗିରଫ କରିବା ସହ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ପ୍ରକାଶ କରିଥିଲେ l ପୋଲିସ ଅଫିସର ଶ୍ରୀ ମାଣେ, ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ, ଅଞ୍ଚଳରେ ଯାହା ବି ବଦମାସୀ କଳା ବ୍ୟବସାୟୀଙ୍କୁ ଉଚିତ ଦଣ୍ଡ ଦେବା ସହ ଫେରାର ଆସାମୀଙ୍କୁ ଯଥାଶୀଘ୍ର ଗିରଫ କରିବାକୁ କହିଥିଲେ, ଏବଂ ସମସ୍ତ ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରି ଧନ୍ୟବାଦ ଦେଇଥିଲେ, ତତ ସହ କିଛି ଦିନ ମଧ୍ୟରେ ଵର ଗାଁ ରେ ଜଣେ ଅଭିଯୁକ୍ତଙ୍କ ଘରକୁ ଘେରାଉ କରିବା ବେଳେ ମୁଖ୍ୟ ଆସାମୀ ଫେରାର ଥିବା ବେଳେ ତାର ଭାଇକୁ ଗିରଫ କରି ପୋଲିସ ହେପାଜତରେ ଅଧିକ ତଦନ୍ତ କରୁଥିବା ଜଣାଯାଏ l ଏହି ସାପସିଲେଟ ଗ୍ରାମର ଗଞ୍ଜେଇ ବେପାରୀଙ୍କୁ ଗତକାଲି ମାଜିଷ୍ଟ୍ରେଟ ଦାୟିତ୍ୱରେ ଭବାନୀପାଟଣା ତହସିଲଦାର ମେଡମ ଆସି ଭିତିରିଆ ତଦନ୍ତ କରିଥିଲେ l ସାମ୍ବାଦିକଙ୍କ ନଜରକୁ ଗଞ୍ଜେଇର ଓଜନ କରିବା ଦୃଶ୍ୟକୁ ବାରଣ କରାଯାଇଥିଲା l ଗଞ୍ଜେଇକୁ କେତେ ପରିମାଣ ଜବତ କରି ଓଜନ କରାଯାଇଥିଲା ତାହା ଲୋକ ଲୋଚନକୁ ଆସି ନଥିବା ଜଣାଯାଏ l ଦେଖାଯାଉ ଆଗାମୀ ପଦକ୍ଷେପ କଣ ହେଉଛି l