
ନୂଆଦିଲ୍ଲୀ– ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୁଦ୍ଧରେ କଂଗ୍ରେସର ମୁଖ୍ୟ ସଚେତକ ଜୟରାମ ରମେଶଙ୍କ ବିଶେଷାଧିକାର ହନନ ପ୍ରସ୍ତାର ନୋଟିସକୁ ଗୁରୁବାର ଖାରଜ କରିଦେଇଛନ୍ତି ।
ସଭାପତି ଜଗଦୀପ ଧନଖଡ ଗୁରୁବାର ସକାଳେ ଗୃହରେ ଆବଶ୍ୟକ କାଗଜପତ୍ର ପଟଳରେ ରଖିବା ପରେ ଗୃହକୁ କହିଥିଲେ ଯେ, ଅମିତ ଶାହଙ୍କ ବକ୍ତବ୍ୟରେ କାହାର ବିଶେଷାଧିକାର ହନନ ହୋଇନାହିଁ, ଏଥିପାଇଁ ଏହି ନୋଟିସକୁ ଅସ୍ୱୀକାର କରାଯାଉଛି । ସେ କହିଛନ୍ତି ଯେ, ମିଡିଆରେ ଚର୍ଚ୍ଚାରେ ରହିବାକୁ ଶୀଘ୍ରତାରେ ବିଶେଷାଧିକାର ସହିତ ସଂପର୍କିତ ନିୟମର ଉଲ୍ଲଂଘନ କରାଯାଉଛି, ଏହା ଦୁଃଖଦ ଅଟେ । ସେ କହିଛନ୍ତି ଯେ, ଗୃହକୁ ସଦସ୍ୟଙ୍କ ପ୍ରତିଷ୍ଠାକୁ ନଷ୍ଟ କରିବାର ମଂଚ କରିବାକୁ ଦିଆଯିବନାହିଁ ।