
ନୂଆଦିଲ୍ଲୀ– ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର ଆଜି ରାଜ୍ୟସଭାରେ କହିଛନ୍ତି ଯେ, ଶ୍ରୀଲଙ୍କା ଜେଲରେ କଏଦ ଭାରତୀୟ ମତ୍ସ୍ୟଜୀବୀଙ୍କ ଯାହା ସ୍ଥିତି ଅଛି, ତାହା 1974 ଓ 1976ର ଘଟଣା କାରଣରୁ ଏବେର ଭାରତ ସରକାରଙ୍କୁ ଉତରାଧିକାରରେ ମିଳିଛି ।
ଡ.ଜୟଶଙ୍କର ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ଶ୍ରୀଲଙ୍କାର ଜେଲରେ କଏଦ ଭାରତୀୟ ମତ୍ସ୍ୟଜୀବୀଙ୍କ ସଂପର୍କରେ ପଚରା ଯାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି । ଶ୍ରୀଲଙ୍କାର ଆଇନ ସଂପର୍କରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ସେଠାରେ ଏହି ମାମଲାରେ ଦୁଇଟି ଆଇନ ରହିଛି, ମତ୍ସ୍ୟ ପାଳନ ଓ ଜଳୀୟ ସମ୍ବଳ ଅଧିନିୟକ 1996 ଓ ବିଦେଶୀ ମାଛ ଧରୁଥିବା ଡଙ୍ଗା ଓ ମତ୍ସ୍ୟ ପାଳନ ବିନିୟମ 1979, ଯାହାକୁ 2018 ଓ 2023ରେ ସଂଶୋଧିତ କରି ଅଧିକ କଠୋର ସଜା, ଜରିମାନା ଓ ଜେଲର ପ୍ରାବଧାନ କରାଯାଇଥିଲା । ସଜା କାଟୁଥିବା ଅନେକ ଲୋକ ନୌକାର ମାଲିକ, କ୍ୟାପଟେନ କିମ୍ବା ବାରମ୍ବାର ଅପରାଧ କରୁଥିବା ଲୋକେ, ଯେଉଁ କାରଣରୁ ଏହି ସମସ୍ୟା ଜଟିଳ ହେଉଛି ।
ଡିଏମକେ ସଦସ୍ୟ ତିରୁଚି ଶିବାଙ୍କ ପ୍ରଶ୍ନରେ ଡ.ଜୟଶଙ୍କର କହିଛନ୍ତି ଯେ, ଗୃହକୁ ଜଣା ଅଛି ଯେ, ଆମ ସରକାରକୁ ଏହି ସମସ୍ୟା ଉତରାଧିକାରରେ ମିଳିଛି । ଏହି ସମସ୍ୟା 1976ରେ ଆରମ୍ଭ ହୋଇଛି, ଯେତେବେଳେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିର୍ଦ୍ଧାରିତ ହୋଇଥିଲା । ଏହାପରେ 1976ରେ ମାଛ ଧରିବା ଅଧିକାର ଅଂଚଳକୁ ପରିଭାଷିତ କରୁଥିବା ପତ୍ରର ଆଦାନ ପ୍ରଦାନ ହୋଇଥିଲା । ଏହି ନିଷ୍ପତି ଏହି ସ୍ଥିତିର ମୂଳ କାରଣ ଅଟେ ।