
ନୂଆଦିଲ୍ଲୀ– ଦକ୍ଷିଣ ଆମେରିକୀୟ ଦେଶ ଚିଲିର ରାଷ୍ଟ୍ରପତି ଗୋବ୍ରିୟଲ ବୋରିକ୍ ଫନ୍ଟ ଏପ୍ରିଲ 1ରୁ 5 ଯାଏ ଭାରତକୁ ରାଜକୀୟ ଗସ୍ତରେ ଆସିବେ । ତାଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ବି ଆସିବେ । ଏହି ଅବସରରେ ସେ ଆଗ୍ରା, ମୁମ୍ବାଇ ଓ ବେଙ୍ଗାଲୁରୁ ବି ଗସ୍ତ କରିବେ ।
ବୈଦେଶିକ ମନ୍ତ୍ରାଳୟ ଅନୁସାରେ ରାଷ୍ଟ୍ରପତି ବୋରିକ୍ ଏପ୍ରିଲ 1ରେ ପିଏମ ମୋଦିଙ୍କ ସହ ଆଲୋଚନା କରିବେ, ଯାହା ଦ୍ୱାରେ ଭାରତ-ଚିଲି ସଂପର୍କର ସମସ୍ତ ପଦକ୍ଷେପ ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ଅତିଥିଙ୍କ ସମ୍ମାନରେ ଦ୍ୱିପ୍ରହର ଭୋଜନ ଆୟୋଜନ କରିବେ । ଏହାପରେ ରାଷ୍ଟ୍ରପତି ବୋରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିବେ ।