
ଲକ୍ଷ୍ନୌ– ଲକ୍ଷ୍ନୌର ପାରା ଅଂଚଳରେ ଥିବା ପୁନର୍ବାସ କେନ୍ଦ୍ରରେ ରହୁଥିବା 4ଜଣ ପିଲାଙ୍କର ମଙ୍ଗଳବାର ରାତିରେ ବିଷାକ୍ତ ଭୋଜନ ଖାଇବା କାରଣରୁ ମୃତ୍ୟୁ ହୋଇଥିବା ବେଳେ 16ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଲୋକବନ୍ଧୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ହସ୍ପିଟାଲରେ ପହଂଚିଥିବା ଜିଲ୍ଲାପାଳ କହିଛନ୍ତି ଯେ, ପନର୍ବାସ କେନ୍ଦ୍ରରେ ସ୍ୱାସ୍ଥ୍ୟ ବିଗିଡିବା କାରଣରୁ 20 ପିଲାଙ୍କୁ ଲୋକବନ୍ଧୁ ହସ୍ପିଟାଲ ପଠାଯାଇଥିଲା । ଏମାନଙ୍କ ମଧ୍ୟରୁ 2ଜଣ ବାଳକ ଓ 2ଜଣ ବାଳିକାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ପିଲାଙ୍କର ଚିକିତ୍ସା ଜାରି ରହିଛି ।