
ଯୋଧପୁର– ଫଲୌଦୀର ଶେରଗଡ ଥାନା ଅନ୍ତର୍ଗତ ଚାବା ଗାଁରେ ମଙ୍ଗଳବାର ରାତିରେ ଏକ ଦ୍ରୁତଗାମୀ ଡମ୍ପର ସାମ୍ନା ପଟୁ ଆସୁଥିବା ଏକ ସ୍ୱିଫ୍ଟ କାରକୁ ଜୋରଦାର ଧକ୍କା ଦେଇଥିଲା । ଏହି ଭୀଷଣ ଦୁର୍ଘଟଣାରେ କାର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ଏବଂ ଏଥିରେ ଥିବା ପତି ପତ୍ନୀଙ୍କ ସମେତ ତିନିଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଦୁଇଜଣ ଆହତ ହୋଇଛନ୍ତି । ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ପୋଲିସକୁ ସୂଚନା ଦେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।