
ହଜାରିବାଗ– ଝାରଖଣ୍ଡର ହଜାରିବାଗରେ ବିଳମ୍ବିତ ରାତିରେ ରାମନବମୀ ଉପଲକ୍ଷେ ବାହାରିଥିବା ଦ୍ୱିତୀୟ ମଙ୍ଗଳା ଶୋଭାଯାତ୍ରା ସମୟରେ ପଥରମାଡ ଯୋଗୁ ଅନେକ ସମୟ ଯାଏ ଉତ୍ତେଜନା ଲାଗି ରହିଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଂଚଳରେ ପୋଲିସ ମୁତୟନ କରାଯାଇଛି । ତେବେ ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା ଅଧିକାରୀମାନେ କହିଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ , ମଙ୍ଗଳା ଶୋଭାଯାତ୍ରା ସମୟରେ ଝଣ୍ଡା ଛକରେ ଜାମା ମସଜିଦ ରୋଡ ନିକଟରେ ପହଂଚିବା ମାତ୍ରେ ହିଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହାରି ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ ହୋଇଥିଲା । ତେବେ କେହି ଆହତ ହୋଇନାହାନ୍ତି ।