
ଭୁବନେଶ୍ୱର– କମିଶନରେଟ୍ ପୋଲିସ୍ ହାତରେ ଧରା ପଡିଛନ୍ତି ୩ ଲୁଟେରା। ବ୍ରାଣ୍ଡେଡ୍ ଘଂଟା କିଣିବା ବାହାନା କରି ଲୁଟୁଥିବା ଅଭିଯୋଗରେ ସହିଦ ନଗର ଥାନା ପୋଲିସ୍ ସେମାନଙ୍କୁ ଗିରଫ କରିଛି। ଧରା ପଡିଥିବା ତିନି ଯୁବକ ବି ଫାର୍ମା ଛାତ୍ର ହୋଇଥିବା ଜଣାପଡିଛି। ସେମାନଙ୍କ ନିକଟରୁ ଘଂଟା ଓ ଚଷମା ଜବତ କରାଯାଇଛି।
ସୂଚନା ଅନୁଯାୟୀ ୩ ଅଭିଯୁକ୍ତ ଯୁବକ ଘଂଟା କିଣିବାକୁ ଦୋକାନ ଦୋକାନ ବୁଲୁଥିଲେ। ଘଂଟା ଦେଖିବାର ବାହାନା କରି ସେଲ୍ସମ୍ୟାନକୁ ଅନ୍ୟମନସ୍କ ଥିବାବେଳେ ହେଲମେଟ ଭିତରେ ଘଂଟା ନେଇ ଫେରାର ମାରୁଥିଲେ । ପଟିଆ , ସହିଦ ନଗର , ଲିଙ୍ଗରାଜ, ଖଣ୍ଡଗିରି , କ୍ୟାପିଟାଲ. ନୟାପଲ୍ଲୀର ଥାନା ଅଂଚଳରେ ଥିବା ବିଭିନ୍ନ ଦୋକାନରୁ ସେମାନେ ଲୁଟ କରିଛନ୍ତି । ଟାଇଟନ ଓ ଲେନ୍ସକାର୍ଟରୁ ଦାମୀ ଘଂଟା ଓ ଚଷମା ଲୁଟ ଅଭିଯୋଗ ଆସିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।