
ଭୁବନେଶ୍ୱର, ବିଧାନସଭାରେ କାମ ହୋଇ ପାରୁ ନ ଥିବାରୁ ବିଧାୟକ ମାନଙ୍କ କଥା ରେକର୍ଡ ହୋଇ ପାରୁ ନାହିଁ। ବିଧାୟକ ମାନେ ପ୍ରସ୍ତୁତି କରି ଆସୁଥିବା ସତ୍ୱେ ସେମାନଙ୍କୁ କହିବାକୁ ସୁଯୋଗ ମିଳୁ ନାହିଁ। ବିଧାନସଭାରୁ କଂଗ୍ରେସ ବିଧାୟକ ମାନଙ୍କ ଉପରୁ ନିଲମ୍ବନ ଉଠାଇ ବାଚସ୍ପତି ସେମାନଙ୍କର ମନୋସ୍କାମନା ପୂର୍ଣ କରନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
ଆଜି ଶୂନ୍ୟକାଳରେ ଶ୍ରୀ ସାହୁ କହିଥିଲେ ଯେ ବଜେଟ ଅଧିବେଶନ ସବୁଠାରୁ ଗୁରୁତ୍ୱପୂର୍ଣ ଅଧିବେଶନ । ଏହି ଅଧିବେଶନରେ ପ୍ରଥମ ରୁ ଅଭାବନୀୟ ପରିସ୍ଥିତି ଦେଖା ଦେଇଛି । କଂଗ୍ରେସ ଡିମାଣ୍ଡ ରଖିଲେ ମୁଖ୍ୟମନ୍ତ୍ରୀ ଙ୍କ ଷ୍ଟେଟ ମେଣ୍ଟ ପାଇଁ ଦାବି କଲେ । ହେଲେ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ଦେଲେ ନାହିଁ । ସର୍ବଦଳୀୟ ବୈଠକ ରେ କଂଗ୍ରେସ ଦାବି କଲା ଗୃହ କମିଟି ଗଠନ ପାଇଁ ସରକାର ରାଜି ହେଲେନି ।
ସେ କହିଛନ୍ତି ଯେ ଭାରତ ବର୍ଷରେ ଯେତେ ବିଧାନସଭା ଓଡ଼ିଶା ବିଧାନସଭା ଅନନ୍ୟ । ବଓଡ଼ିଶା ବିଧାନସଭା ରେ ଆପଣ ଅନନ୍ୟା ସ୍ପିକର । ମୁଁ ରାତି ସାରା ପାଠ ପଢିକି ଆସୁଛି ରେକର୍ଡ ହେଉନି । ଘଣ୍ଟ, ତୁରୀ ବାଜିଲା ଆକ୍ସନ ନେବାର ଥିଲା ସରକାର ଦଳ ର ସଂଖ୍ୟା ବଳ ର ପ୍ରୟୋଗ କରୁଛନ୍ତି । ସାତ ଦିନ ପୂର୍ବ ରୁ କାହିଁକି ଆକ୍ସନ ନେଲେନି । ବାହାରେ ଟିଭି ରେ କହୁଛନ୍ତି ଟିଭି ପ୍ରସ୍ତୁତ । କିନ୍ତୁ ଗୃହ ଭିତରେ ସେ ଭଳି ମାହୋଲ ତିଆରି କରିପାରୁନାହାନ୍ତି । ମତେ ଲାଗିଲା ଗୁରୁତ୍ୱପୂର୍ଣ କଥା କୁ ସରକାର ଡ଼ାଇଭଟ କଲେ । ସେ ଭିତରେ ରହିଲେ । ମତେ ଲାଗିଲା ସରକାର ଚାଁହୁଚନ୍ତି କଂଗ୍ରେସ ଏମିତି କଲେ ଆଲୋଚନା ହେବନି । ତାରା ଙ୍କ ଚେନ ହଜିଛି କହୁଛନ୍ତି ସେ ଏଫଆଇଆର ଦେବା ଦରକାର । । କାଲି ରାତିରେ ଦେଖୁଥିଲି ଟିଭିରେ ଲାଗୁଥିଲା ଇସ୍ରାଇଲ ପାଲେଷ୍ଟାଇଲ ଓ ରୁଷ ଯୁକ୍ରେଲ ଯୁଦ୍ଧ ଚାଲିଛି । ଏତେ ପୋଲିସ । ସରକାରୀ କଳ ଵାଲା ଆପଣଙ୍କ ଭଳି ଟାଣୁଆ ମହିଳା ଙ୍କୁ ନିନ୍ଦିତ କଲେ ଆପଣ ନିଜର ସ୍ୱାଧୀନତା ଦେଖାନ୍ତୁ । କଂଗ୍ରେସ ବିଧାୟକ ଙ୍କ ସସ୍ପେଣ୍ଡ ଉଠାନ୍ତୁ ତାଙ୍କ ମନ ସ୍କାମନା ପୂରଣ କରନ୍ତୁ ବୋଲି ଶ୍ରୀ ସାହୁ ବାଚସ୍ପତି ଙ୍କୁ ଅନୁରୋଧ କରିଛନ୍ତି ।