
ଜୟପୁର– ଜୟପୁର ସ୍ଥିତ କେସିସି ବ୍ୟାଙ୍କ ସଭା କକ୍ଷରେ ସମବାୟ ବିଭାଗ ପକ୍ଷରୁ ସମବାୟ ସମୃଦ୍ଧିରେ ମହିଳାଙ୍କ ଭୂମିକା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେସିସି ବ୍ୟାଙ୍କ ସଭାପତି ଡ. ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଡିଆରସିଏସ ଭିମସେନ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, ଏଆରସିଏସ ସଦାନନ୍ଦ ବେହେରା, କେସିସି ବ୍ୟାଙ୍କ ସମ୍ପାଦକ ହରିଶ ଚନ୍ଦ୍ର ବେନାଗଡି, କୃଷି ଅଧିକାରୀ କୋମଳ ଲୋଚନ ମାଝି ଓ ନିର୍ଦ୍ଧେଶକ ରମାକାନ୍ତ ରାଉଳ ପ୍ରମୁଖ ଉପସ୍ଥିତ ରହି ସମବାୟ ବିଭାଗ ପକ୍ଷରୁ ସରକାର ଯେଉଁ ସବୁ ଯୋଜନା କରିଛନ୍ତି ତାହା ବୁଝାଇଥିଲେ। ପ୍ରାଥମିକ କୃଷି ସମବାୟ ସମିତି ବହୁମୁଖୀ କରିବା ପାଇଁ ମଡେଲ ଉପବିଧି, କମ୍ପ୍ୟୁଟରୀକରଣ ମାଧ୍ୟମରେ ପ୍ରାଥମିକ କୃଷି ସମବାୟ ସମିତିକୁ ସୁଦୃଢ କରିବା, ପ୍ରତିପଞ୍ଚାୟତ ରେ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି ଦୁଗ୍ଧ/ ମତ୍ସ୍ୟ ସମବାୟ ସମିତି ପ୍ରତିଷ୍ଠା କରିବା, ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ବିକେନ୍ଦ୍ରୀକୃତ ଶସ୍ୟ ସଂରକ୍ଷଣ କାର୍ଯ୍ୟକ୍ରମ ଖାଦ୍ୟ ନିରାପତ୍ତା ସୁନିଶ୍ଚିତତା, ଇ-ସେବାରେ ଉନ୍ନତ ଉପଲବ୍ଧତା ପାଇଁ ପ୍ରାଥମିକ କୃଷି ସମବାୟ ସମିତି ସାଧାରଣ ସେବା କେନ୍ଦ୍ର କରିବା, ପ୍ରାଥମିକ କୃଷି ସମବାୟ ସମିତି ଦ୍ୱାରା ନୂତନ କୃଷକ ଉତ୍ପାଦକ ସଂଗଠନ ଗଠନ କରିବା, ଏଲପିଜି ବିତରକ ପଦ ପାଇଁ ପ୍ରାଥମିକ କୃଷି ସମବୟ ସମିତିର ଆବଶ୍ୟକ ଯୋଗ୍ୟତା, ପ୍ରାଥମିକ କୃଷି ସମବାୟ ସମିତି ଦ୍ୱାରା ପରିଚାଳିତ ସ୍ଥଳ ଉପଭୋକ୍ତା ପେଟ୍ରୋଲ ପମ୍ପକୁ ଖୁଚୁରା ଦୋକାନରେ ରୁପାନ୍ତରିତ କରିବାକୁ ଅନୁମତି ପ୍ରଦାନ କରିବା, ଗ୍ରାମୀଣ ସ୍ତରରେ ଜେନେରିକ େଓøଷଧ ଉପଲବ୍ଧ କରାଇବା ପାଇଁ ପ୍ରାଥମିକ କୃଷି ସମବାୟ ସମିତି ଦ୍ୱାରା ଜନ େଓøଷଧି କେନ୍ଦ୍ର ଖୋଲିବା ଭଳି ଅନେକ ଗୁଡିକ ସମବାୟ ସହଯୋଗ ମାଧ୍ୟମରେ ସମୃଦ୍ଧି ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିଶିର ଦାସ ପରିଚାଳନା କରିଥିଲେ।