
-
ମହଙ୍ଗା ପଡିଲା ସ୍କୁଲ ଉପସ୍ଥାନରେ ଶିକ୍ଷୟତ୍ରୀଙ୍କ ଜାଲ ଦସ୍ତଖତ,
ଭୁବନେଶ୍ୱର,କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତି ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେବି ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଉନ୍ନତି ହୋଇନାହିଁ, କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଉପଯୁକ୍ତ ଶିକ୍ଷକ ଥାଇ ମଧ୍ୟ ନିୟମିତ ବିଦ୍ୟାଳୟକୁ ଆସୁନାହାନ୍ତି l ସରକାରଙ୍କ ଠାରୁ ବେତନ ପାଇ ମଧ୍ୟ ନିଜ କାର୍ଯ୍ୟରେ ଅବହେଳା କରୁଛନ୍ତି l କିନ୍ତୁ ଏଭଳି କିଛି ଠକ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦରମା ବନ୍ଦ କରିଛନ୍ତି ବିଇଓ l ଏଭଳି ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକୁଲପଡା ଠାରେ। ଘଟଣା ଅନୁଯାୟୀ ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ କଳ୍ପନା ଜେନା ଦୀର୍ଘ ଦିନ ଧରି ବିଦ୍ୟାଳୟ ରେ ଅନୁପସ୍ଥିତ ରହିଥିବା ବେଳେ ଶିକ୍ଷକ ଉପସ୍ଥାନରେ କିନ୍ତୁ ତାଙ୍କ ଜାଲ ଦସ୍ତଖତ କରାଯାଉଥିଲା l ଦିନେ ହଟାତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁକାନ୍ତ କାର୍ତ୍ତାମି ପକୁଲପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ସେହି ସମୟରେ ଶିକ୍ଷୟତ୍ରୀ ଜଣକ ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିଲେ କିନ୍ତୁ ଶିକ୍ଷକ ଉପସ୍ଥାନରେ ଶିକ୍ଷୟତ୍ରୀଙ୍କ ଜାଲ ଦସ୍ତଖତ କରାଯାଉଥିଲା l ଏଭଳି ଜାଲିଆତି ହେଉଥିବା ଜାଣିବାକୁ ପାଇ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଇଓ l ଏଥିରେ ପ୍ରଧାନ ଶିକ୍ଷକ ଏବଂ ସହ ଶିକ୍ଷକ ସମ୍ପୃତି ଥିବାଯୋଗୁଁ ବିଦ୍ୟାଳୟର ଶିକ୍ଷୟତ୍ରୀ କଳ୍ପନା ଜେନାଙ୍କ ସମତ ପ୍ରଧାନ ଶିକ୍ଷକ ଏବଂ ସହ ଶିକ୍ଷକଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁକାନ୍ତ କାର୍ତ୍ତାମୀ l ଏ ଘଟଣାକୁ ନେଇ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଗହିରଙ୍କୁ ପଚାରିବାରୁ ସେ ଜାଲ ଦସ୍ତଖତ ହୋଇଥିବା ସ୍ୱୀକାର କରିଛନ୍ତି କିନ୍ତୁ ଶିକ୍ଷୟତ୍ରୀ କଳ୍ପନା ଜେନା ଏନେଇ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି l