
ଜମ୍ମୁ– ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲାର ଜଙ୍ଗଲିଆ ଅଂଚଳରେ ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କ ଏକ ଗ୍ରୁପକୁ ମାରିବା ପାଇଁ ବୁଧବାର ଲଗାତର ଚତୁର୍ଥ ଦିନରେ ବ୍ୟାପକ ବହୁସ୍ତରୀୟ ତଲାସୀ ଅଭିଯାନ ଜାରି ରହିଛି ।
ଜଣେ ସ୍ଥାନୀୟ ମହିଳା ମଙ୍ଗଳବାର ପୋଲିସକୁ କହିଛନ୍ତି ଯେ, ଜିଲ୍ଲାର ଡିଂଗ ଅଂବ ବେଲ୍ଟରେ ଖାଦ୍ୟ ଖାଇବା ସମୟରେ ସେନାର ପୋଷାକ ପିନ୍ଧିଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ପାଣି ମାଗିଥିଲେ, ଏହାପରେ ଅଂଚଳକୁ ଘେରାବନ୍ଦୀ କରିଦିଆଯାଇଛି । ମହିଳା ଜଣକ କହିଛନ୍ତି ସେମାନେ ପାଣି ନେଇଥିଲେ ଏବଂ ପାଖ ଜଙ୍ଗଲକୁ ଚାଲିଯାଇଥିଲେ ।
ଅଧିକାରୀମାନେ କହିଛନ୍ତି ଯେ, ସାଂବା-କଠୁଆ ସେକ୍ସନରେ ଜମ୍ମୁ ପଠାନକୋଟ ଜାତୀୟ ରାଜପଥରେ ସୁରକ୍ଷା ବୃଦ୍ଧି କରାଯାଇଛି ଏବଂ ସୀମାବର୍ତ୍ତୀ ସଡକରେ ବି ସତର୍କତା ବୃଦ୍ଧି କରାଯାଇଛି । ବିଭିନ୍ନ ଅଂଚଳକୁ ଘେରାବନ୍ଦୀ କରି ଅନେକ କିଲୋମିଟର ଯାଏ ତଲାସୀ ଅଭିଯାନ ଚଳାଯାଉଛି ।