
ନୂଆଦିଲ୍ଲୀ- ଡାକ ବିଭାଗ ପ୍ରଖ୍ୟାତ ସନ୍ଥ ସମାଜ ସଂସ୍କାରକ ତଥା ଭଗବାନ କୃଷ୍ଣଙ୍କ ଅନନ୍ୟ ଭକ୍ତ ମାତା କର୍ମାଙ୍କୁ ଶ୍ରଦ୍ଧାଂଜଳି ଦେଇ ତାଙ୍କ 1009ତମ ଜୟନ୍ତୀ ଅବସରରେ ଏକ ସ୍ମାରକ ଡାକ ଟିକେଟ ଜାରି କରିଛନ୍ତି । ମାତା କର୍ମାଙ୍କୁ ଭଗବାନ କୃଷ୍ଣଙ୍କ ପ୍ରତି ଅତୁଟ ଭକ୍ତି ଓ ସମାଜ ସଂସ୍କାର ପ୍ରତି ତାଙ୍କ ଆଜୀବନ ପ୍ରତିବଦ୍ଧତା ପାଇଁ ଜଣାଯାଇଥାଏ ।
ସଂଚାର ଓ ସୂଚନା ପ୍ରଯୁକ୍ତବିଦ୍ୟା ମନ୍ତ୍ରାଳୟ ବୁଧବାର ଏକ ବୟାନରେ କହିଛି ଯେ, ଡାକ ବିଭାଗ ମଙ୍ଗଳବାର ରାୟପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ମାତା କର୍ମାଙ୍କ 1009ତମ ଜୟନ୍ତୀ ଅବସରରେ ତାଙ୍କ ସମ୍ମାନରେ ଏକ ସ୍ମାରକ ଡାକ ଟିକେଟ ଜାରି କରିଛନ୍ତି ।