
ଚଣ୍ଡିଗଡ– ପଂଜାବ ସରକାର ରାଜ୍ୟରେ ପ୍ରଥମ ଥର ଡ୍ରଗ୍ସ ଜନଗଣନା କରାଇବେ । ପଂଜାବର ଅର୍ଥମନ୍ତ୍ରୀ ହରପାଲ ସିଂହ ଚିମା ବୁଧବାର ବିଧାନସଭାରେ ଆମ୍ ଆଦମୀ ପାର୍ଟି ସରକାରର ଚତୁର୍ଥ ବଜେଟ୍ ଉପସ୍ଥାପନ କରି ଏହି ଘୋଷଣା କରିଛନ୍ତି । ଏହି ଗଣନା ମାଧ୍ୟମରେ ପଂଜାବ ସରକାର ରାଜ୍ୟର ପ୍ରତି ଘରେ ନିଶା କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବେ ଏବଂ ସେ କେବେ ଠାରୁ ଏବଂ କିଭଳି ନିଶା କରୁଛନ୍ତି ତା ସଂପର୍କରେ ଜାଣିବେ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି ଗଣନା ମାଧ୍ୟମରେ ରାଜ୍ୟରେ ନିଶା କରୁଥିବା ଲୋକଙ୍କ ଡାଟା ଏକତ୍ର କରି ତାଙ୍କୁ ନିଶାରୁ ବାହାର କରିବା ପାଇଁ ଯୋଜନା କରାଯିବ । ପଂଜାବ ସରକାର ଡ୍ରଗ ଜନଗଣନା କରିବା ପାଇଁ 150 କୋଟି ଟଙ୍କାର ବଜେଟର ପ୍ରାବଧାନ ରଖିଛନ୍ତି ।