
ନୂଆଦିଲ୍ଲୀ– ସିବିଆଇ ବୁଧବାର ମହାଦେବ ବୁକ ଅନଲାଇନ ବେଟିଂ ଘୋଟାଲାର ତଦନ୍ତରେ ଛତିଶଗଡ, ମଧ୍ୟପ୍ରଦେଶର ଭୋପାଳ, ପଶ୍ଚିମବଙ୍ଗର କୋଲକାତା ଓ ଦିଲ୍ଲୀରେ 60ଟି ସ୍ଥାନରେ ତଲାସୀ କରିଛି । ଏହି ଅବସରରେ ରାଜନେତା, ବରିଷ୍ଠ ଅଧିକାରୀ, ପୋଲିସ ଅଧିକାରୀ, ମହାଦେବ ବୁକର ମୁଖ୍ୟ ପଦାଧିକାରୀ ଓ ମାମଲାରେ ସନ୍ଦିଗ୍ଧ ଅନ୍ୟ ଲୋକଙ୍କ ସହିତ ଜଡିତ ଠିକଣାରେ ତଲାସୀ କରିଛି ।
ସିବିଆଇ ଆଜି ଏ ସଂପର୍କରେ ସୂଚନା ଦେଇଛି । ଏହି ମାମଲା ରବି ଉତ୍ପଳ ଓ ସୌରଭ ଚନ୍ଦ୍ରାକର ଦ୍ୱାରା ପ୍ରବର୍ତ୍ତିତ ଏକ ଅନଲାଇନ ବେଟିଂ ମଂଚ ମହାଦେବ ବୁକର ବେଆଇନ ସଂଚାଳନ ସହିତ ସଂବନ୍ଧିତ ଅଟେ, ଯିଏକି ବର୍ତ୍ତମାନ ଦୁବାଇରେ ରହୁଛନ୍ତି । ତଲାସୀ ସମୟରେ ଡିଜିଟାଲ ଓ ଦସ୍ତାବିଜ ସାକ୍ଷ୍ୟ ମିଳିଛି ଏବଂ ଏହାକୁ ଜବତ କରି ତଦନ୍ତ କରାଯାଉଛି ।