
ଲକ୍ଷ୍ନୌ– ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ଓ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସୱାଲ ଏପ୍ରିଲ ମାସରେ ଉତର ପ୍ରଦେଶ ଗସ୍ତ କରିବେ । ପ୍ରତିନିଧି ସଭାର ବୈଠକ ପରେ କାର୍ଯ୍ୟ ବିସ୍ତାରର ଦୃଷ୍ଟିରୁ ସଂଘର ଦୁଇ ଶୀର୍ଷ ପଦାଧିକାରୀଙ୍କ ଉତର ପ୍ରଦେଶ ଗସ୍ତ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ଓ ସରକାର୍ଯ୍ୟବାହ ଦତ୍ତାତ୍ରେୟ ଉଭୟ ପଦାଧିକାରୀଙ୍କ ଭିନ୍ନ ଭିନ୍ନ ବିଭାଗରେ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି । ସରସଂଘଚାଳକ ଡ.ଭାଗବତ ଏପ୍ରିଲ 8ରେ ଲଖୀମପୁରର ମୁସ୍ତଫାବାଦ ସ୍ଥିତ କବିର ଧାମ ଆଶ୍ରମ ଯିବେ । ସେଠାରେ ସେ ରାଷ୍ଟ୍ରୀୟ ସନ୍ଥ ଅସଙ୍ଗ ସାହିବଙ୍କ ସତସଙ୍ଗରେ ସାମିଲ ହେବ ଏବଂ ତାଙ୍କ ଆଶୀର୍ବାଦ ନେବେ । ଏହାବ୍ୟତୀତ ଡ.ମୋହନ ଭାଗବ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଦାଧିକାରୀଙ୍କ ସହ ବୈଠକ କରିବେ । ଲଖୀମପୁର ଗସ୍ତ ସମୟରେ ସରସଂଘଚାଳକ ନୈମିଷାରଣ୍ୟ ଯିବାର ସମ୍ଭାବନା ରହିଛି ।